ଭାରତ-ଶ୍ରୀଲଙ୍କା ପିଙ୍କ୍ ବଲ ଟେଷ୍ଟ, ପ୍ରଥମ ଦିନରେ ପଡ଼ିଲା ୧୬ ଓ୍ୱିକେଟ୍

1 min read

ବେଙ୍ଗାଲୁରୁ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଶନିବାରଠାରୁ ବରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ । ଏହି ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି । ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ପଡ଼ିଛି ୧୬ ଓ୍ୱିକେଟ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ବ୍ୟାଟିଂ କରି ସମସ୍ତ ଓ୍ୱିକେଟ ହରାଇ ୨୫୨ ରନ କରିଥିଲା । ଭାରତ ପକ୍ଷରୁ ଶ୍ରେୟସ ଆୟର ୯୨ ରନ କରିଥିଲେ । ତେବେ ଭାରତ ୨୫୨ ରନରେ ଅଲଆଉଟ ହେବା ପରେ ଶ୍ରୀଲଙ୍କା ମାତ୍ର ୮୬ ରନ କରି ୬ଟି ଓ୍ୱିକେଟ ହରାଇଛି ।

ପିଙ୍କ୍ ବଲରେ ଖେଳାଯାଉଥିବା ଏହି ଦିବାରାତ୍ର ଦ୍ବିତୀୟ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ତେବେ ମାତ୍ର ୫୯ ଓଭର ଖେଳି ଦଳ ୨୫୨ ରନ କରି ଅଲଆଉଟ୍ ହୋଇଥିଲା । ଦଳ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୯୨ ରନ୍ କରିଥିଲେ । ଶ୍ରୀଲଙ୍କା ଖେଳ ଆରମ୍ଭ କରି ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳ ମାତ୍ର ୨୮ ରନରେ ୪ଟି ଓ୍ୱିକେଟ ହରାଇବା ପରେ ପାଳି ସମ୍ଭାଳିଥିଲେ ଆଞ୍ଜିଲୋ ମାଥ୍ୟୁସ । ତେବେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୬ ଓ୍ବିକେଟ ହରାଇ ମାତ୍ର ୮୬ ରନ ସଂଗ୍ରହ କରି ୧୬୬ ରନ ପଛରେ ରହିଛି । ଭାରତ ପକ୍ଷରୁ ବୁମ୍ରା ୩ଟି, ସାମି ୨ଟି ଓ ଅକ୍ଷର ପଟେଲ ଗୋଟିଏ ଓ୍ବିକେଟ ନେଇଛନ୍ତି । ୫ ଦିନିଆ ମ୍ୟାଚର ଦ୍ବିତୀୟ ଦିନରେ ଆଜି ପୁଣି ୮୬ ରନରୁ ଖେଳ ଆରମ୍ଭ କରିବ ଶ୍ରୀଲଙ୍କା ।