ଟି-୨୦ ମହିଳା ବିଶ୍ବକପରେ ଭାରତ-ଶ୍ରୀଲଙ୍କା ଟକ୍କର

1 min read

ନନ୍ଦିଘୋଷ ବ୍ୟୁରୋ : ଆଜି ଟି-୨୦ ମହିଳା ବିଶ୍ବକପରେ ଭାରତ-ଶ୍ରୀଲଙ୍କା ଟକ୍କର । ସନ୍ଧ୍ଯା ୭ଟାରୁ ଆରମ୍ଭ ହେବ ମ୍ଯାଚ । ଅନ୍ଯତମ ଟାଇଟଲ ଆଶାୟୀ ଭାରତ ଏବେ ସେମିଫାଇନାଲରେ ପ୍ରବେଶ କରିବାକୁ ସଂଘର୍ଷ କରୁଛି । ଲିଗ୍ ମ୍ଯାଚରେ ପ୍ରଥମେ ନ୍ଯୁଜିଲାଣ୍ଡଠାରୁ ୫୮ରନର ବଡ଼ ବ୍ଯବଧାନରେ ପରାସ୍ତ ହୋଇଥିବାରୁ ଦଳର ରନରେଟ କମ ରହିଛି । ଆଜି ଭାରତ ଶ୍ରୀଲଙ୍କା ସହ ଶେଷ ଲିଗ୍ ମ୍ଯାଚ୍ ଖେଳିବ । ଏହି ମ୍ଯାଚର ପ୍ରଦର୍ଶନ ଉପରେ ଭାରତର ସେମିଫାଇନାଲ ସ୍ବପ୍ନ ନିର୍ଭର କରୁଛି । ଏଣୁ ଆଜିର ମ୍ଯାଚକୁ ଭାରତ ବଡ଼ ବ୍ଯବଧାନରେ ଜିତି ସେମିଫାଇନାଲକୁ ଯିବାକୁ ଆଶା ରଖିଛି । ପୂର୍ବରୁ  ଭାରତର ଦୁଇ ଖେଳାଳି ପୂଜା ଓ ଅଧିନାୟକ ହରମନପ୍ରୀତ ଆହତ ହୋଇଛନ୍ତି । ଏମାନେ ଶ୍ରୀଲଙ୍କା ବିପକ୍ଷ ମ୍ଯାଚ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ତେବେ ତୃଟି ସୁଧାରି ଆଜି ଭାରତୀୟ ଟିମ୍ ସେମିଫାନାଲ ପାଇଁ ଭଲ ଖେଳିବ ବୋଲି ଆଶା ରଖିଛି । ସେପଟେ ଶ୍ରୀଲଙ୍କା ମଧ୍ଯ ଟିମ୍ ଇଣ୍ଡିଆକୁ ଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରିଛି ।