ଆଜି ଓ୍ବାଙ୍ଖଡେରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା 

ନୂଆଦିଲ୍ଲୀ: ଆଜି ବିଶ୍ବକପରେ ରହିଛି ହାଇଭୋଲଟେଜ୍ ମ୍ୟାଚ୍ । ଦିନ ୨ଟାରେ ମୁମ୍ବାଇର ଓ୍ବାଙ୍ଖଡେରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା  । ଏଯାଏ ମୋଟ ୬ଟି ମ୍ୟାଚ ଖେଳି ଅପରାଜିତ ରହିଛି ଭାରତ । ଅନ୍ୟପଟେ ଶ୍ରୀଲଙ୍କା ମାତ୍ର ୨ଟି ମ୍ୟାଚ ଜିତିଛି ।

ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି । ଆଜିର ମ୍ୟାଚ ଜିତି ଅପରାଜେୟ ଧାରା ଜାରି ରଖିବାକୁ ଲକ୍ଷ୍ଯ ରଖିଛି ରୋହିତ ବିଗ୍ରେଡ । ଆଜିର ମ୍ୟାଚ ଜିତି ସେମିଫାଇନାଲ ଟିକେଟକୁ ପକ୍କା କରିବାକୁ ଭାରତ ରଣନୀତି ପ୍ରସ୍ତୁତ କରିଛି । ଦିନିକିଆ ବିଶ୍ବକପ ଇତିହାସରେ ଉଭୟ ଦେଶ ୯ ଥର ମୁହାଁମୁହିଁ ହୋଇଛନ୍ତି । ଉଭୟ ଦଳ ୪ଟି ଲେଖାଏ ମ୍ୟାଚ ଜିତିଥିବାବେଳେ ଗୋଟିଏର ଫଳାଫଳ ବାହାରିପାରିନଥିଲା ।

ଦିନିକିଆ ଇତିହାସରେ ଦୁଇ ଦେଶ ୧୬୭ ଥର ମୁକାବିଲା କରିଥିବା ବେଳେ ଭାରତ ୯୮ଟି ଓ ଶ୍ରୀଲଙ୍କା ୫୭ଟିରେ ବିଜୟ ଲାଭ କରିଛିଲେ । ଭାରତ ଘରୋଇ ପରିବେଶରେ ୩୯ଟି ମ୍ୟାଚ ଜିତିଥିବା ବେଳେ ଶ୍ରୀଲଙ୍କା ୨୮ଟି ଜିତିଛି । ଏସିଆ କପ ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ପରାଜିତ କରି ଟାଇଟଲ ହାତେଇଥିଲା । ବର୍ତ୍ତମାନ ସ୍ଥିତିରେ ଶ୍ରୀଲଙ୍କତା ବିପକ୍ଷରେ ଭାରତର ପଲ୍ଲା ଭାରି ରହିଛି ।