spot_img

Latest Posts

ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା, ସିରିଜ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କେପଟାଉନ: ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍। ଦିନ ଦୁଇଟାରେ ଦକ୍ଷିଣ ଆଫ୍ରିକାର କେପଟାଉନରେ ମ୍ୟାଚ୍ ଅନୁଷ୍ଠିତ ହେବ। ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ହୋଇଥିଲା। ଗୋଟିଏ ଇନିଂସ ଓ ୩୨ ରନରେ ଦକ୍ଷିଣ ଆଫ୍ରିକାଠୁ ପରାଜିତ ହୋଇଥିଲା ଭାରତ।

ପ୍ରଥମ ପାଳିରେ ଭାରତ ୨୪୫ ରନ କରିଥିଲା। ଜବାବରେ ୪୦୮ରନ କରିଥିଲା ଦକ୍ଷିଣ ଆଫ୍ରିକା। ଏହାପରେ ଦ୍ବିତୀୟ ଇଂନିସରେ ମାତ୍ର ୧୩୧ରନରେ ଅଲଆଉଟ୍ ହୋଇଯାଇଥିଲା ରୋହିତ ବାହିନୀ। ଫଳରେ ଦକ୍ଷିଣ ଆଫ୍ରିକା ଗୋଟିଏ ପାଳି ଓ ୩୨ରନରେ ମ୍ୟାଚ୍ ଜିତିନେଇଥିଲା। ପ୍ରଥମ ଟେଷ୍ଟ ମ୍ୟାଚର ତ୍ରୁଟିକୁ ସୁଧାରି ଦ୍ବିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି ଭାରତ। ତେବେ ଏହି ମୁକାବିଲା ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଝଟକା ଲାଗିଛି । ଦ୍ରୁତ ବୋଲର ଗେରାଲ୍ଡ କୋଏଟଜୀ ଦଳରୁ ବାଦ ପଡ଼ିଛନ୍ତି । ବୋଲିଂ କରିବା ସମୟରେ ଆହତ ହୋଇ ଶୃଙ୍ଖଳାରୁ ବାଦ ପଡ଼ିଛନ୍ତି ଗେରାଲ୍ଡ ।

Latest Posts

Don't Miss