ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ, ଧାଓ୍ୱନଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

1 min read

ଲକ୍ଷ୍ନୌ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ । ତିନି ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଆଜି ଲକ୍ଷ୍ନୌରେ ଖେଳାଯିବ । ଟି-୨୦ ବିଜୟ ପରେ ଆଜି ଦକ୍ଷିଣ ଆଫ୍ରିକା ସହ ଦିନିକିଆ ଅଭିଯାନ ଆରମ୍ଭ କରିବ ଭାରତ । ଦିନ ୧ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ । ଶିଖର ଧାଓ୍ୱନଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଭାରତୀୟ ଦଳରେ ଧାଓ୍ୱନଙ୍କ ବ୍ୟତୀତ ସଞ୍ଜୁ ସାମସନ, ଶୁଭମନ ଗିଲ୍, ଶ୍ରେୟର ଆୟର, ଇଶାନ କିଶାନ, ଦିପକ ଚହର, ମହମ୍ମଦ ସିରାଜଙ୍କ ଭଳି ଖେଳାଳି ରହିଛନ୍ତି । ଟି-୨୦ ଭଳି ଦିନିକିଆରେ ବି ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖାଯାଉଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଏକଦିବସୀୟ ଶୃଙ୍ଖଳା ଟି-୨୦ ବିଶ୍ଵକପର ଷ୍ଟାଣ୍ଡବାଇ ଖେଳାଳିଙ୍କ ପାଇଁ ନିଜକୁ ସାବ୍ୟସ୍ତ କରିବାର  ଭଲ ସୁଯୋଗ ମିଳିବ ବୋଲି ଶିଖର ଧାଓ୍ୱନ କହିଛନ୍ତି ।

ସେପଟେ ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିଛି ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୪ ଜଣିଆ ଟିମ୍ ଅଷ୍ଟ୍ରେଲିଆ ଯାଇଛି । ଆସନ୍ତା ୧୬ରୁର ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଭାରତ ତା’ର ଅଭିଯାନ ଅକ୍ଟୋବର ୨୩ରୁ ଆରମ୍ଭ କରିବ । ୨୩ରେ ଭାରତ ତା’ର ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ । ତେବେ ଏହି ମ୍ୟାଚରେ ଗତ ଟି-୨୦ ବିଶ୍ୱକପରେ ହୋଇଥିବା ପରାଜୟର ବଦଲା ନେବା ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।