ରବିବାରଠାରୁ ଆରମ୍ଭ ମିଶନ ଦକ୍ଷିଣ ଆଫ୍ରିକା, ବିବାଦ ମଧ୍ୟରେ ଇତିହାସ ରଚିବା ଲକ୍ଷ୍ୟରେ ଦ୍ରାବିଡ-କୋହଲି

1 min read

ସେଞ୍ଚୁରିୟନ: ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ । ତିନି ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ରବିାବର ସେଞ୍ଚୁରିୟନଠାରେ ଖେଳାଯିବ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ସେମାନଙ୍କ ଘରୋଇ ମାଟିରରେ ପରାସ୍ତ କରି ଏବେ ଦକ୍ଷିଣ ଆଫ୍ରିକାରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇବାକୁ ଚେଷ୍ଟା କରିବ ବିରାଟ ବାହିନୀ । ଏହି ମ୍ୟାଚ ଭାରତୀୟ ସମୟ ୧.୩୦ରେ ଆରମ୍ଭ ହେବ । ପ୍ରଥମ ମ୍ୟାଚକୁ ଜିତି ଏହି ସିରିଜରେ ନିଜର ଦବଦବା ଜାରି କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

ଭାରତ ପ୍ରଥମ ଥର ପାଇଁ ୧୯୯୨ ମସିହାରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଗୋଟିଏ ବି ସିରିଜ ଜିତିପାରି ନାହିଁ ଭାରତ । ତେବେ ଚଳିତ ସିରିଜକୁ ଭାରତ ଜିତି ଇତିହାସ ରଚିବାକୁ ଚେଷ୍ଟା କରିବ । କାହିଁକି ନା ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଦଳ ଅସନ୍ତୁଳିତ ରହିଛି । ତେଣୁ ଭାରତ ପାଖରେ ଭଲ ସୁଯୋଗ ରହିଛି ଦକ୍ଷିଣ ଆଫ୍ରିକାରେ ଦକ୍ଷିଣ ଆଫ୍ରିକାକୁ ହରାଇ ସିରିଜ ହାତେଇବାକୁ । ଅନ୍ୟପକ୍ଷରେ କୋଚ ଭାବରେ ଦକ୍ଷିଣ ଆଫ୍ରିକା ଗସ୍ତ ହେଉଛି ରାହୁଲ ଦ୍ରାବିଡଙ୍କ ପ୍ରଥମ ବିଦେଶ ଗସ୍ତ । ତେଣୁ ଏହି ସିରିଜକୁ ଜିତି ଭାରତ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଚେଷ୍ଟା କରିବ ।

ଅନ୍ୟପକ୍ଷରେ ଏହି ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ବିରାଟ କୋହଲି ଓ ବିସିସିଆଇ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ତେବେ ଏହି ବିବାଦ ମଧ୍ୟରେ ବିରାଟ କୋହଲି କିପରି ଭାବରେ ଭାରତୀୟ ଦଳକୁ ଆଗକୁ ନେଉଛନ୍ତି ତାହା ଉପରେ ମଧ୍ୟ ରହିବ ସମସ୍ତଙ୍କ ନଜର ।

 

Leave a Reply