ବାଙ୍ଗାଲୋରରେ ନିର୍ଣ୍ଣାୟକ ଲଢ଼େଇ, ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା

1 min read

ବେଙ୍ଗାଲୁରୁ: ସୁପର ସଣ୍ଡେର ସୁପର ଫାଇଟ୍ । ଆଜି ଟି-୨୦ ସିରିଜର ଫାଇନାଲ ଲଢ଼େଇ । ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ସଂଧ୍ୟା ୭ଟାରେ ଖେଳାଯିବ ଏହି ନିର୍ଣ୍ଣାୟକ ମ୍ୟାଚ । ତେବେ ଏହା ଏକ ରୋମାଞ୍ଚକର ମ୍ୟାଚ ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି । ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ ଜିତି ସିରିଜକୁ ୨-୨ରେ ବରାବର ରଖିଛନ୍ତି । ତେଣୁ ଉଭୟ ଟିମ୍ ଆଜିର ମ୍ୟାଚକୁ ଜିତି ସିରିଜ୍ ହାତେଇବାକୁ ଉଦ୍ୟମ କରିବେ ।

ଦିଲ୍ଲୀ, କଟକରେ ପରାଜୟ ପରେ ବିଶାଖପାଟଣା ଓ ରାଜକୋଟରେ ମ୍ୟାଚ୍‌ ଜିତି ଭାରତୀୟ ଦଳ ଶୃଙ୍ଖଳାକୁ ୨-୨ ସ୍ତରକୁ ନେଇ ଆସିଛି । ଶୁକ୍ରବାର ଭାରତ ରାଜକୋଟରେ ୮୨ ରନ୍‌ର ବଡ଼ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଥିଲା । ଏହାପରେ ଟିମ୍ ଇଣ୍ଡିଆର ମନୋବଳ ବୃଦ୍ଧି ପାଇଛି । ସେପଟେ ଲଗାତର ଦୁଇଟି ମ୍ୟାଚ ହାରିବା ପରେ ଆଜିର ମ୍ୟାଚକୁ ନିଜ ନାମରେ କରି ସିରିଜ୍ ହାତେଇବା ଚକ୍କରରେ ଅଛି ଭ୍ରମଣକାରୀ ଦଳ ।