ଆଜି ଶେଷ ଦିନିକିଆ, କ୍ଲିନ୍ ସୁଇପ ଏଡାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କେପଟାଉନ: ଟେଷ୍ଟ ସିରିଜ ବି ଗଲା, ଦିନିକିଆ ସିରିଜ୍ ବି ଗଲା । ଆଜି ସମ୍ମାନ ରଖିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ  । ଭାରତ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜର ଆଜି ତୃତୀୟ ତଥା ଶେଷ ମ୍ୟାଚ୍  । ଭାରତୀୟ ସମୟ ଅପରାହ୍ନ ୨ଟାରେ ଖେଳାଯିବ ଏହି ମ୍ୟାଚ । ସମ୍ମାନ ରଖିବାକୁ ରାହୁଲଙ୍କୁ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ବରଣ କରି ଭାରତ ଦିନିକିଆ ସିରିଜକୁ ହାତଛଡ଼ା କରିସାରିଛି ।

ଦିନିକିଆ ସିରିଜର ଦୁଇଟି ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଦୁର୍ବଳ ପ୍ରଦର୍ଶନ କରି ସିରିଜ ହାତଛଡ଼ା କରିଥିଲା ଟିମ୍ ଇଣ୍ଡିଆ । ଖାସ କରି ଭାରତ ଲଗାତର ଦୁଇଟି ମ୍ୟାଚରେ ଭାରତ ପକ୍ଷରୁ ନୈରାଶଜନକ ପ୍ରର୍ଦଶନ କରିଥିଲା । ଖେଳାଯାଇଥିବା ଦୁଇଟି ମ୍ୟାଚରେ ଭାରତୀୟ ବୋଲର ମାତ୍ର ୭ଟି ଓ୍ୱିକେଟ ନେବାରେ ସଫଳ ହୋଇଥିଲେ । ତେଣୁ ଶେଷ ମ୍ୟାଚରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ ହୋଇପାରେ । ଅନ୍ୟପଟେ ଟେଷ୍ଟ ସିରିଜକୁ ହାତେଇବା ପରେ ଦିନିକିଆ ସିରିଜ୍ ଜିତି ଦୃଢ ସ୍ଥିତିରେ ଅଛି ଦକ୍ଷିଣ ଆଫ୍ରିକା । ଲଗାତାର ଦୁଇଟି ମ୍ୟାଚ୍ ଜିତି ଖେଳାଳିଙ୍କ ମନୋବଳ ମଧ୍ୟ ଦୃଢ ଅଛି । ତେଣୁ ଶେଷ ମ୍ୟାଚରେ ବିଜୟ ଲାଭ କରି ଦିନିକିଆ ସିରିଜକୁ କ୍ଲିନ୍ ସୁଇପ କରିବା ଲକ୍ଷ୍ୟରେ ରହିଛି ଦକ୍ଷିଣ ଆଫ୍ରିକା ।

Leave a Reply