ନନ୍ଦିଘୋଷ ବ୍ୟୁରୋ : ସବୁଠି କ୍ରିକେଟ ଫିଭର। ଆଜି ବାରବାଟୀ ଟକ୍କର । ସିରିଜର ପ୍ରଥମ ଟି-ଟ୍ବେଣ୍ଟିରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ସଂଧ୍ୟା ୭ଟାରେ ଆରମ୍ଭ ହେବ ମ୍ୟାଚ । ଏକ ହାଇସ୍କୋରିଂ ମ୍ୟାଚ ଦେଖିବାକୁ ପାଇବେ ଦର୍ଶକ । ପ୍ରଥମ ଥର ପାଇଁ ମଡ୍ ରେଡ୍ ପିଚ୍ ପ୍ରସ୍ତୁତ ହୋଇଛି । ଉଭୟ ବ୍ୟାଟିଂ ଓ ବୋଲିଂ ଭଲ ହେବ । ୪୨ ହଜାର ଦର୍ଶକ ମ୍ୟାଚକୁ ଉପଭୋଗ କରିବେ । ମ୍ୟାଚ ଉପରେ କାକରର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରୟୋଗ କରାଯିବ ସ୍ଵତନ୍ତ୍ର ରାସାୟନିକ ପଦାର୍ଥ । ସୁରକ୍ଷା ଓ ପରିଚାଳନା ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ସକାଳ ୮ରୁ ଭିଡ଼ ସରିବା ଯାଏଁ ସହରରେ ଟ୍ରାଫିକ କଟକଣା ଜାରି ରହିବ । କଟକର ଚହଟା ଛକ, ଶିଖରପୁର ଛକ ଠାରୁ ବାମ୍ବୋ ଡିପୋ ଯାଏଁ କଟକଣା ଜାରି ରହିବ । ଦିନ ୧୨ଟାରୁ ରାତି ୧୦ଟା ଯାଏଁ ଭାରି ଯାନ ନିଷେଧ କରାଯିବ । ସୁରୁଖୁରୁରେ ମ୍ୟାଚ୍ ପରିଚାଳନା ପାଇଁ ୭ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ବାରବାଟୀ ଟିମ୍ ଇଣ୍ଡିଆର ହୋମପିଚ ହୋଇଥିବାରୁ ଦଳ ନିଶ୍ଚିତ ବିଜୟ ହାସଲ କରିବ ବୋଲି କହିଛନ୍ତି କ୍ରିକେଟପ୍ରେମୀ । ଖେଳ ଆରମ୍ଭ କିଛି ଘଣ୍ଟାପୂର୍ବରୁ କଡ଼ା ସୁରକ୍ଷା ବଳୟ ଭିତରେ ଭୁବନେଶ୍ବର ମେଫେୟାର ହୋଟେଲରୁ ସ୍ବତନ୍ତ୍ର ବସରେ ବାରବାଟୀ ଅଭିମୁଖେ ବାହାରିବ ଭାରତ ଓ ଦକ୍ଷିଣଆଫ୍ରିକା ଖେଳାଳି ।

