ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା, ବୋଲିଂ କରିବ ଭାରତ
1 min readକେପଟାଉନ: ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେଉଛି ଦିନିକିଆ ସିରିଜ୍ । ଟେଷ୍ଟ ମ୍ୟାଚରେ ୨-୧ରେ ପରାଜୟ ପରେ ଦିନିକିଆରେ ବଦଲା ନେବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଆଜି ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ଦିନିକିଆରୁ ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ପରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିଲା । କିନ୍ତୁ ଆହତ କାରଣରୁ ରାହୁଲ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଭାରତ ପକ୍ଷରୁ ଡେବ୍ୟୁ କରିଛନ୍ତି ଅଲରାଉଣ୍ଡର ଭେଙ୍କଟେଶ ଆୟର । ସେହପରି ଭାବରେ ଭାରତ ପକ୍ଷରୁ ଚତୁର୍ଥ ସ୍ଥାନରେ ଖେଳିବା ପାଇଁ ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିଛି ।
Toss News – South Africa have won the toss and elect to bat first in the 1st ODI.
Follow the game here – https://t.co/PJ4gV8SFQb #SAvIND pic.twitter.com/TmxKgM6xnp
— BCCI (@BCCI) January 19, 2022
ଟେଷ୍ଟ ସିରିଜରେ ୨-୧ରେ ପରାଜୟ ପରେ ଟେଷ୍ଟ ଦଳରୁ ଅଧିନାୟକ ପଦ ଛାଡିଥିଲେ ବିରାଟ କୋହଲି । ଏପରି ସ୍ଥିତିରେ ଏବେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ବ୍ୟାଟିଂ ଉପରେ ରହିବ । ଅନ୍ୟପକ୍ଷରେ ୨୦୧୬ ମସିହା ପରେ ପ୍ରଥମ ଥର ପାଇଁ ବିନା ଅଧିନାୟକତ୍ୱରେ ଦିନିକିଆ ମ୍ୟାଚ ଖେଳିବେ ବିରାଟ । ସେହିପରି ଭାବରେ ଦୀର୍ଘ ପାଞ୍ଚ ବର୍ଷ ପରେ ଦିନିକିଆ ଦଳକୁ ଫେରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନୀ । ତେବେ ଆଜି ଖେଳାଯାଉଥିବା ପ୍ରଥମ ମ୍ୟାଚକୁ ବିଜୟ ଲାଭ କରି ଏହି ସିରିଜରେ ୧-୦ରେ ଆଗୁଆ ରହିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।
A look at our Playing XI for the 1st game.
Congratulations to Venkatesh Iyer who makes his ODI debut for #TeamIndia. ? ?
Follow the match ➡️ https://t.co/PJ4gV8SFQb #SAvIND pic.twitter.com/8oUN1wDBXy
— BCCI (@BCCI) January 19, 2022
ଭାରତ ଚୁଡାନ୍ତ ଏକାଦଶ:
କେଏଲ ରାହୁଲ (ଅଧିନାୟକ), ଶିଖର ଧାଓ୍ୱନ, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଶାର୍ଦ୍ଦୁଳ ଠାକୁର, ଭୁବନେଶ୍ୱର କୁମାର, ରବିଚନ୍ଦ୍ରନ ଅଶ୍ୱିନୀ, ଜଶପ୍ରୀତ ବୁମ୍ରା ଓ ୟୁଜବେନ୍ଦ୍ର ଚହଲ