ଆଜିଠୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍, ୧୦୦ ତମ ଟେଷ୍ଟ ମ୍ୟାଚ ଖେଳିବେ ବିରାଟ
1 min readମୋହାଲି: ଆଜିଠୁ ଆରମ୍ଭ ହେଉଛି ଭାରତ ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ । ମୋହାଲିରେ ଶ୍ରୀଲଙ୍କାକୁ ଭେଟିବ ଭାରତ । ସକାଳ ୯ଟାରେ ଆରମ୍ଭ ହେବ ମ୍ୟାଚ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ ଖେଳିବେ । ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେଙ୍କ ବିନା ଆଜିର ଟେଷ୍ଟ ମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇବା ଟିମ୍ ଇଣ୍ଡିଆ । ଦୁଇ ଖେଳାଳିଙ୍କ ଖରାପ ପ୍ରଦର୍ଶନ କାରଣରୁ ଚୟନ କର୍ତ୍ତା ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଦଳରୁ ବାହାରେ ରଖିଛନ୍ତି ।
? ??????? ??????? ????? ?
We get up, close and personal with @imVkohli as he is all set to play his 1⃣0⃣0⃣th Test tomorrow at Mohali. ? ? #TeamIndia | #VK100 | #INDvSL | @Paytm
Watch the full interview ? ?https://t.co/IwTW6nZ1ds pic.twitter.com/p6F7ltviCW
— BCCI (@BCCI) March 3, 2022
ଅନ୍ୟପଟେ ଶହେ ତମ ମ୍ୟାଚ ଖେଳିବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଖେଳି ସେହି କିର୍ତ୍ତୀମାନ ହାସଲ କରିବାକୁ ଯାଉଛନ୍ତି ବିରାଟ । କୋହଳିଙ୍କ ସମ୍ମାନରେ ପଞ୍ଜାବ କ୍ରିକେଟ ଆସୋସିଏସନ୍ ପକ୍ଷରୁ ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ଦିଆଯାଇଛି । ଏହି କ୍ରମରେ ଶହେ ତମ ଟେଷ୍ଟ ଖେଳିଥିବା ବିଶ୍ବର ୭୧ ତମ ଖେଳାଳି ହେବାକୁ ଯାଉଛନ୍ତି କୋହଲି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ୨୦୦ଟି ଟେଷ୍ଟ ଖେଳି ବିଶ୍ବର ସର୍ବାଧିକ ମ୍ୟାଚ ଖେଳିଥିବାର ଗୌରବ ହାସଲ କରିଛନ୍ତି । ଭାରତ ପକ୍ଷରୁ ସଚିନଙ୍କ ବ୍ୟତୀତ ରାହୁଲ ଦ୍ରାବିଡ୍, ବୀରେନ୍ଦ୍ର ସେହେଓ୍ୱାଗ, ସୌରଭ ଗାଙ୍ଗୁଲି, ହରଭଜନ ସିଂ ଭାରତ ପକ୍ଷରୁ ଶହେଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ।