ମହିଳା ଟି-୨୦ ମ୍ୟାଚ୍: ପାକିସ୍ତାନ ୯୯ ରନରେ ଅଲଆଉଟ୍, ଭାରତ ଆଗରେ ୧୦୦ରନର ବିଜୟ ଲକ୍ଷ୍ୟ

1 min read

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ରବିବାର ମହିଳା ଟି-୨୦ କ୍ରିକେଟରେ ଭାରତ ସହ ପାକିସ୍ତାନର ମ୍ୟାଚ୍ ଚାଲିଛି । ପାକିସ୍ତାନ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା । ବର୍ଷା କାରଣରୁ ୨୦ ଓଭର ପରିବର୍ତ୍ତେ ୧୮ ଓଭର ଖେଳ ହୋଇଥିଲା । ନିର୍ଦ୍ଧାରିତ ୧୮ ଓଭରରେ ପାକିସ୍ତାନ ନିଜର ସମସ୍ତ ୱିକେଟ୍ ହରାଇ ୯୯ ରନ୍ ସଂଗ୍ରହ କରିଛି । ଏବେ ଭାରତ ଆଗରେ ୧୦୦ ରନର ବିଜୟ ଲକ୍ଷ୍ୟ ରହିଛି  । ଭାରତ ପକ୍ଷରୁ ସ୍ମୃତି ମନ୍ଦନା ଓ ଶେଫାଲି ବର୍ମା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ବାବେ କ୍ରୀଜକୁ ଓହ୍ଲାଇଛନ୍ତି । ପାକିସ୍ତାନ ଇନିଂସରେ ଭାରତୀୟ ବୋଲରମାନେ ପାକ୍ ବ୍ୟାଟ୍ସମ୍ୟାନମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ସୁଯୋଗ ଦେଇନଥିଲେ ।

ଗୋଟିଏ ପରେ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ । ପାକିସ୍ତାନ ପକ୍ଷରୁ ସର୍ବାଧିକ ମୁନିବା ଅଲି ୩୨ ରନ୍ କରିଛନ୍ତି । ଅଲିୟା ରିୟାଜ ୧୮ ଏବଂ ଅଧିନାୟକ ବିସ୍ମାହ ମାରୁକ ୧୭ରନର ଯୋଗଦାନ କରିଥିଲେ । ଭାରତ ପକ୍ଷରୁ ସ୍ନେହ ରାଣା ଏବଂ ରାଧା ଯାଦବ ଦୁଇଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ରେଣୁକା ସିଂହ, ମେଘନା ସିଂହ ଏବଂ ଶେଫାଲି ବର୍ମା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି । ଭାରତ ନିଜର ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକା ସହ ଖେଳିଥିଲା । ଏହି ମ୍ୟାଚରେ ୩ୱିକେଟରେ ଦକ୍ଷିଣ ଆଫ୍ରିକା ଭାରତକୁ ପରାଜିତ କରିଥିଲା ।