spot_img

Latest Posts

T20 ବିଶ୍ୱକପ୍: ଦୁବାଇରେ ଆଜି ଭାରତ-ପାକିସ୍ତାନ ଲଢ଼େଇ

ଆବୁଧାବି: କମୁଛି ସମୟ, ବଢ଼ୁଛି ଉତ୍କଣ୍ଠା । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚର୍ ଉପରେ ରହିଛି ସମସ୍ତଙ୍କ ନଜର । ଭାରତୀୟ କ୍ରିକେଟ ଦଳର ନେତୃତ୍ୱ ବିରାଟ କୋହଲି ନେଉଥିବା ବେଳେ ପାକିସ୍ତାନର ମଙ୍ଗ ସମ୍ଭାଳୁଛନ୍ତି ବାବର ଆଜମ ।

ମ୍ୟାଚ ପାଇଁ ପାକିସ୍ତାନ ୧୨ ଜଣିଆ ଦଳ ଘୋଷଣା କରିଥିବା ବେଳେ ଭାରତୀୟ ଦଳର କ୍ୟାପଟେନ କୋହଲି କହିଛନ୍ତି ଆମର ସମ୍ପୂର୍ଣ୍ଣ ଫୋକସ୍ ମ୍ୟାଚ୍ ଉପରେ ରହିଛି । ଆମେ ଭଲ ଖେଳିବୁ । ମ୍ୟାଚର ୨୪ ଘଣ୍ଟା ପୂର୍ବରୁ ୧୨ ଖେଳାଳିଙ୍କ ନାଁ ଘୋଷଣା କରିଛି ପିସିବି । ପାକିସ୍ତାନ ଟିମକୁ ସୋଏବ ମଲିକ ଫେରିଛନ୍ତି । ଏଥିସହ ମୋହମ୍ମଦ ହାଫିଜଙ୍କ ଭଳି ବରିଷ୍ଠ ଖେଳାଳି ଦଳରେ ଅଛନ୍ତି ।

ଭାରତ ପାଇଁ ପାକିସ୍ତାନ ଟିମ୍

ବାବର ଆଜମ (ଅଧିନାୟକ), ମୋହମ୍ମଦ ରିଜବାନ, ଫକର ଜମାନ, ମୋହମ୍ମଦ ହାଫିଜ୍, ସୋଏବ ମଲିକ, ଆସିଫ୍ ଅଲୀ, ଇମାଦ ବସିନ, ଶାଦାବ ଖାନ, ଶାହୀନ ଆଫ୍ରିଦି, ହସନ ଅଲୀ, ହରୀସ ରଊଫ, ହାଇଦର ଅଲୀ ।

ଭାରତ ଓ ପାକିସ୍ତାନ ଉଭୟଙ୍କ ପାଇଁ ଏହି ମୁକାବିଲା ଗୁରୁତ୍ୱପୂର୍ଣ୍ଣ । ଦୁଇ ଟିମଙ୍କ ମଧ୍ୟରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୧ର ସୁପର୍-୧୨ ରାଉଣ୍ଡରେ ପ୍ରଥମ ମ୍ୟାଚ୍ ହେବ । ଉଭୟ ଦଳ ବିଜୟରୁ ଆରମ୍ଭ କରିବାକୁ ପ୍ରୟାସ କରିବେ । ଅତୀତରେ ଭାରତ-ପାକିସ୍ତାନ ମଧ୍ୟରେ ୫ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ସମସ୍ତ ମ୍ୟାଚ ଭାରତ ଜିତିଛି ।

ଭାରତୀୟ ଦଳ

ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ଇଶାନ କିଷାନ, ହାର୍ଦ୍ଦିକ ପଣ୍ଡ୍ୟା, ରବୀନ୍ଦ୍ର ଜଡ଼େଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଲ ଠାକୁର, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରା, ଭୁବନେଶ୍ୱର କୁମାର, ମୋହମ୍ମଦ ସାମି ।

ମୁକାବିଲାର ୨୪ ଘଣ୍ଟା ପୂର୍ବରୁ ପାକିସ୍ତାନ ଦଳ ଘୋଷଣା କରିଥିବା ବେଳେ ଅଧିନାୟକ ବିରାଟ କୋହଲି କହିଛନ୍ତି ଦଳ ମ୍ୟାଚ୍ ବେଳେ ପ୍ଲେଇଂ ଇଲେଭେନ ଘୋଷଣା କରିବ ଭାରତ । ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଦଳ ଚିନ୍ତିତ ନଥିବା କହିଛନ୍ତି କୋହଲି ।

ଅନ୍ୟପଟେ ମ୍ୟାଚ୍ ପୂର୍ବରୁ ଜୋରସୋରରେ ଅଭ୍ୟାସ କରିଛି ଟିମ୍ ଇଣ୍ଡିଆ । ଟି-ଟ୍ୱେଣ୍ଟି ବିଶ୍ୱକପରେ ଟିମ୍ ଇଣ୍ଡିଆର ମେଣ୍ଟର ଏମଏସ୍ ଧୋନି ମଧ୍ୟ ନେଟ୍ ପ୍ରାକ୍ଟିସରେ ଖେଳାଳିଙ୍କୁ ସହଯୋଗ କରିଛନ୍ତି । ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିଲା । ଏବେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଉପରେ ଭାରତର ନଜର ରହିଛି । ଭାରତୀୟ ଦଳ ଦୁଇଟି ୱାର୍ମ ଅପ୍ ମୁକାବିଲାରେ ବିଜୟୀ ହୋଇ ଶକ୍ତି ପ୍ରଦର୍ଶନ କରି ସାରିଛି । ପ୍ରଥମ ୱାର୍ମ ଅପ୍ ମୁକାବିଲାରେ ଭାରତୀୟ ଦଳ ଇଂଲଣ୍ଡକୁ ୭ ୱିକେଟରେ ମାତ୍ ଦେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିରୋଧରେ ୮ ୱିକେଟରେ ଏକତରଫା ବିଜୟ ହାସଲ କରିଥିବା ଭାରତର ମନୋବଳ ଦୃଢ଼ ରହିଛି ।

Latest Posts

Don't Miss