ସୁପର ସଣ୍ଡେ’ରେ ହାଇଭୋଲଟେଜ୍ ମ୍ଯାଚ୍, ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

1 min read

ନୂଆଦିଲ୍ଲୀ : ଆଜି ସୁପର ସଣ୍ଡେ ହେବ ସୁପର ଫାଇଟ୍ । ଟି-ଟ୍ବେଣ୍ଟି ବିଶ୍ବକପରେ ହେବ ହାଇଭୋଲଟେଜ୍ ମ୍ଯାଚ୍ । ମୁହାଁମୁହିଁ ହେବେ କ୍ରିକେଟର ବହୁଚର୍ଚ୍ଚିତ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ । ରାତି ୮ଟାରେ ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ରୋହିତଙ୍କ ନେତୃତ୍ବରୁ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆନ ।

ପ୍ରଥମ ମ୍ଯାଚରେ ଦମଦାର ବିଜୟ ସହ ଭାରତର ମନୋବଳ ଦୃଢ ରହିଛି । ସମସ୍ତ ଖେଳାଳି ମଧ୍ଯ ଫର୍ମରେ ରହିଛନ୍ତି । ସେପଟେ ପାକିସ୍ତାନ ସୁପର ଓଭରରେ ଆମେରିକାଠୁ ପରାସ୍ତ ହୋଇ ବ୍ଯାକଫୁଟରେ ରହିଛି । ଇତିହାସକୁ ଦେଖିଲେ ଭାରତ ଓ ପାକିସ୍ତାନ ଟ୍ବେଣ୍ଟି-୨୦ ବିଶ୍ବକପରେ ୭ଥର ମୁହାଁମୁହିଁ ହୋଇଛନ୍ତି । ୨୦୦୭ ଲିଗ୍ ଓ ଫାଇନାଲ୍, ୨୦୧୨, ୨୦୧୪, ୨୦୧୬, ୨୦୨୧ ଓ ୨୦୨୨ରେ ମୁହାଁମୁହିଁ ହୋଇଥିଲେ ଉଭୟ ଟିମ୍ । ସେଥିମଧ୍ୟରୁ ଭାରତ ୬ଥର ବିଜେତା ହୋଇଥିଲା ବେଳେ ପାକିସ୍ତାନ କେବଳ ଥରେ ଜିତିଛି। ଏଣୁ ପାକିସ୍ତା ବିପକ୍ଷରେ ଭାରତର ପଲ୍ଲା ଭାରି ରହିଛି । ଦଳୀୟ ସନ୍ତୁଳନ ଦୃଷ୍ଟିରୁ ଭାରତର ପଲା ଏହି ମ୍ୟାଚ୍ରେ ଭାରୀ ରହିବାର ଯଥେଷ୍ଟ ସମ୍ଭାବନା ରହିଛି।