ଦ୍ବିତୀୟ ଟି-୨୦ରେ ଷ୍ଟାଡିୟମକୁ ଆସିବେ ଧୋନୀ; ଖେଳାଳିଙ୍କୁ କରିବେ ଉତ୍ସାହିତ

1 min read

ରାଞ୍ଚି: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-୨୦ ମ୍ୟାଚ । ଏହି ମ୍ୟାଚ ଝାଡଖଣ୍ଡର ରାଞ୍ଚି ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚକୁ ଜିତି ଭାରତ ଏହି ତିନି ଟିକିଆ ସିରିଜରେ ୨-୦ରେ ସିରିଜ ଜିତିବାକୁ ଚେଷ୍ଟା କରିବ । ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ୫ ଓ୍ବିକେଟରେ ବିଜୟ ଲାଭ କରିଥିଲା ଟିମ୍ ଇଣ୍ଡିଆ । ତେବେ ପ୍ରଥମ ମ୍ୟାଚ ବିଜୟ ପରେ ଆଜି ମଧ୍ୟ ଜିତିବାକୁ ପଡ଼ିଆକୁ ଓହ୍ଲାଇବ ରୋହିତ ବ୍ରିଗେଡ ।

https://twitter.com/dhoniizzaq/status/1460569444678127620?s=20

ତେବେ ଆଜି ମ୍ୟାଚରେ ଷ୍ଟାଡିୟମରେ ନଜର ଆସିବେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଭାରତୀୟ ଦଳକୁ ଚିଅର କରିବା ପାଇଁ ଆଜି ଧୋନୀ ଷ୍ଟାଡିୟମକୁ ଆସିବେ । ଧୋନୀଙ୍କ ହୋମ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳା ଯାଉଥିବାରୁ ଧୋନୀ ଆଜି ଷ୍ଟାଡିୟମକୁ ଆସିକି ଭାରତୀୟ ଦଳର ମନବୋଳ ବଢ଼ାଇବେ । ଦ୍ବିତୀୟ ଟି-୨୦ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ଦୁଇ ତିନି ଥର ରାଞ୍ଚିର ଜିଏସସିଏ ଷ୍ଟାଡିୟମରେ ନଜର ଆସିଥିଲେ ।  ସେ ଷ୍ଟାଡିୟମ ପରିସରରେ ଥିବା ଜିମରେ ବ୍ୟାୟାମ କରୁଥିବାବେଳେ ଫିଟ୍‌ ରହିବା ପାଇଁ ଷ୍ଟାଡିୟମ ପରିସରରେ ଟେନିସ୍ ମଧ୍ୟ ଖେଳିଥିଲେ । ଧୋନୀ ଷ୍ଟାଡିୟମ ଆସିଥିବା ସମୟରେ ଝାଡଖଣ୍ଡର ଅଣ୍ଡର-୧୯ ଟିମ୍ ସହ ମଧ୍ୟ କଥା ହୋଇଥିଲେ ଏବଂ ଯୁବ ଖେଳାଳି ଧୋନୀଙ୍କ ଅଟୋଗ୍ରାଫ୍ ନେଉଥିବାରୁ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା ।

Leave a Reply