ଘରୋଇ ମାଟିରେ ସମ୍ମାନ ବଞ୍ଚାଇବ କି ଭାରତ ?
1 min readନନ୍ଦିଘୋଷ ବ୍ୟୁରୋ: ଆଜି ଭାରତ-ନ୍ଯୁଜିଲାଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟର ଗୁରୁତ୍ବପୂର୍ଣ୍ଣ ଦିନ । ଅନ୍ତିମ ମ୍ଯାଚକୁ ଜିତିବାକୁ ଭାରତ ପାଖରେ ରହିଛି ବଡ଼ ସୁଯୋଗ । ଆଜି ତୃତୀୟ ଦିନରେ ନ୍ଯୁଜିଲାଣ୍ଡ ଦ୍ବିତୀୟ ଇନିଂସ ଖେଳ ଜାରି ରଖିବ। ଶନିବାର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୯ ୱିକେଟ ହରାଇ ୧୭୧ ରନ୍ କରିଛି । ଏବେ ଭାରତଠାରୁ ନ୍ଯୁଜିଲାଣ୍ଡ ୧୪୩ ରନ ଆଗରେ ରହିଛି ।
ଆଜି ନ୍ଯୁଜିଲାଣ୍ଡର ଗୋଟିଏ ୱିକେଟ ନେଇ ଅଲଆଉଟ୍ କରିବା ପରେ ଟିମ୍ ଇଣ୍ଡିଆ ଜିତିବାକୁ ଲକ୍ଷ୍ଯ ରଖିଛି । ଭାରତ ଦ୍ୱିତୀୟ ଦିନରେ ୪ ୱିକେଟ୍ ହରାଇ ୮୪ ରନ୍ରୁ ଖେଳିବା ଆରମ୍ଭ କରିଥିଲା। ଶୁଭମାନ ଗିଲ ଏବଂ ଋଷଭ ପନ୍ତ ଭାରତ ପାଇଁ ୯୬ ରନର ଭାଗିଦାରୀ କରିଥିଲେ । ପରେ ନିୟମିତ ଭାବେ ୱିକେଟ ପଡ଼ିବା ସହ ଟିମ୍ ଇଣ୍ଡିଆ ୨୬୩ ରନ୍ରେ ଅଲଆଉଟ୍ ହୋଇଥିଲା। ଦ୍ବିତୀୟ ଇନିଂସରେ ନ୍ଯୁଜିଲାଣ୍ଡକୁ ଝଟକା ପରେ ଝଟକା ଦେଇଛନ୍ତି ଜାଡେଜା । ରବିନ୍ଦ୍ର ଜାଡେଜାଙ୍କୁ ୪ଟି ୱିକେଟ ନେଇଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନ୍ ୩, ଆକାଶଦୀପ ଏବଂ ୱାଶିଂଟନ୍ ସୁନ୍ଦର ଗୋଟିଏ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ଆଜିର ଖେଳ ଉପରେ ସମସ୍ତଙ୍କର ନଜର ରହିଥିବାବେଳେ ଭାରତର ଭାଗ୍ଯ ବ୍ଯାଟ୍ସମ୍ଯାନଙ୍କ ପ୍ରଦର୍ଶନ ଉପରେ ନିର୍ଭର କରୁଛି ।