ଶେଷ ମ୍ୟାଚରେ କାହାକୁ ମିଳିବ ସୁଯୋଗ; ବେଞ୍ଚ ଷ୍ଟ୍ରେନ୍ଥଙ୍କ ସପକ୍ଷରେ ଯାଇ ପାରନ୍ତି ରୋହିତ

1 min read

କୋଲକାତା: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ଶେଷ ଟି-୨୦ ମ୍ୟାଚ । କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ଏହି ମ୍ୟାଚ । ପ୍ରଥମ ଦୁଇ ମ୍ୟାଚ ଜିତି ସିରିଜକୁ ନିଜ ନାମରେ କରିସାରିଛି ଟିମ୍ ଇଣ୍ଡିଆ । ତେବେ ତୃତୀୟ ମ୍ୟାଚରେ ମଧ୍ୟ ଜିତି ଏହି ସିରିଜକୁ କ୍ଲିନ ସୁଇପ୍ କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ତେବେ ଆଜିର ମ୍ୟାଚରେ ରୋହିତ ଶର୍ମା ବେଞ୍ଚ ଷ୍ଟ୍ରେନ୍ଥଙ୍କୁ ସୁଯୋଗ ଦେଇପାରନ୍ତି ।

ଟି-୨୦ ବିଶ୍ବକପରେ ଖରାପ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ଯାହା ଫଳରେ ସେମିଫାଇନାଲକୁ ମଧ୍ୟ ଯାଇ ପାରିନଥିଲା ଭାରତ । ତେବେ ଟି-୨୦ ବିଶ୍ବକପରେ ଭାରତର ଶୋଚନୀୟ ପରାଜୟ ପରେ ଯଦି ଭାରତ ଏହି ମ୍ୟାଚକୁ ୩-୦ରେ ବିଜୟ ଲାଭ କରେ ତେବେ ଭାରତୀୟ ଟିମର ମନୋବଳ ବଢ଼ିବ । ଅନ୍ୟପକ୍ଷରେ ଯଦି ନ୍ୟୁଜିଲାଣ୍ଡ କଥା କହିବା ତାହାଲେ ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ କେବଳ ଇଜ୍ଜତ ବଞ୍ଚାଇବା ପାଇଁ ପଡ଼ିଆକୁ ଓହ୍ଲାଇବ ।

ଇଡେନ ଗାର୍ଡେନରେ ହିଁ ଦିନିକିଆ କ୍ରିକେଟରେ ୨୬୪ ରନର ଇନିଂସ ଖେଳି ଇତିହାସ ରଚିଥିଲେ । ତେବେ ବର୍ତ୍ତମାନ ଅଧିନାୟକ ଭାବରେ ପ୍ରଥମ ଟି-୨୦ ସିରିଜକୁ ଇଡେନ ଗାର୍ଡେନରେ କ୍ଲିନ୍ ସୁଇପ୍ କରିବାର ସୁଯୋଗ ରହିଛି । ତେବେ ଶେଷ ଟି-୨୦ ରେ କୋଚ୍ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମା ବେଞ୍ଚ ଷ୍ଟ୍ରେନ୍ଥଙ୍କୁ ଆଜିର ମ୍ୟାଚରେ ସୁଯୋଗ ମିଳିପାରେ । ଷଷ୍ଠ ବୋଲର ଭାବରେ ଆଜିର ମ୍ୟାଚରେ ଭେଙ୍କଟେଶ ଆୟାରଙ୍କ ବୋଲିଂ କରିବାର ସୁଯୋଗ ମଧ୍ୟ ମିଳିପାରେ । ସେହିପରି ଭାବରେ ଋତୁରାଜ ଗାଇକୋଏଡ, ଆଭେଶ ଖାନ ଓ ଇଶାନ କିଶାନଙ୍କୁ ଏହି ମ୍ୟାଚରେ ରୋହିତ ଶର୍ମା ସୁଯୋଗ ଦେଇ ପାରନ୍ତି ବୋଲି ଆଶା କରାଯାଉଛି ।

ଆଇପିଏଲରେ ଅରେଞ୍ଜ କ୍ୟାପ ଜିତିଥିବା ଋତୁରାଜ ଗାଇକୋଏଡ ପ୍ରଥମ ତିନି ସ୍ଥାନ ମଧ୍ୟରେ ଯେଉଁସ୍ଥାନରେ ବି ଖେଳିପାରିବେ । ଏଥିପାଇଁ ଅଧିନାୟକ ରୋହିତ ଶର୍ମା ଓ ଉପ ଅଧିନାୟକ କେଏଲ ରାହୁଲଙ୍କ ମଧ୍ୟରୁ ଜଣଙ୍କୁ ବେଞ୍ଚରେ ବସାଇବାକୁ ପଡ଼ିବ । ତେବେ ଏହି ମ୍ୟାଚରେ ରାହୁଲଙ୍କୁ ରେଷ୍ଟ ଦେବା ସଠିକ ହେବ କାହିଁକି ନା ଆଉ ଚାରି ଦିନ ପରେ ଟେଷ୍ଟ ମ୍ୟାଚ ଆରମ୍ଭ ହେବ । ତେଣୁ ଏହି ମ୍ୟାଚରେ ରାହୁଲଙ୍କୁ ରେଷ୍ଟ ମିଳିପାରେ । ଏହି ପରି ଭାବରେ ଦିପକ ଚହର ଓ ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଆଭେଶ ଖାନଙ୍କୁ ମିଳିପାରେ ସୁଯୋଗ । ସେହିପରି ଭାବରେ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ସ୍ଥାନରେ ୟୁଜିବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିପାରେ । ଅନ୍ୟପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ପରଠାରୁ ଲଗାତର ଭାବରେ ଖେଳୁଥିବା ଋଷଭ ପନ୍ତଙ୍କୁ ମଧ୍ୟ ରେଷ୍ଟ ଦେଇ ଇଶାନ କିଶାନଙ୍କୁ ସୁଯୋଗ ମିଳିପାରେ ।

 

Leave a Reply