ଆଜିଠାରୁ ଇଂଲଣ୍ଡ-ଭାରତ ପଞ୍ଚମ ଟେଷ୍ଟ ମ୍ୟାଚ୍
1 min read
ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ଓଭାଲରେ ଆରମ୍ଭ ହେଉଛି ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ। ଭାରତ ପାଇଁ ଏହି ମ୍ୟାଚ ଅଗ୍ନି ପରୀକ୍ଷା। କାରଣ ଏବେ ଇଂଲଣ୍ଡ ୨-୧ ରେ ସିରିଜ ଲିଡ୍ କରୁଛି। ଟ୍ରଫି ରଖିବାକୁ ହେଲେ ଭାରତକୁ ଏହି ମ୍ୟାଚ ଜିତି ସିରିଡ ଡ୍ର ରଖିବାକୁ ପଡ଼ିବ। ତେବେ ଏହା ଭାରତ ପାଇଁ ଏତେ ସହଜ ହେବ ନାହିଁ । କାରଣ ଆହତ ସମସ୍ୟା ଯୋଗୁଁ ଅନେକ କ୍ରିକେଟର୍ ଖେଳିନପାରନ୍ତି। ଭାରତ ପାଇଁ ଡେବ୍ୟୁ କରିପାରନ୍ତି ଅର୍ଶଦୀପ ସିଂହ। କମ୍ବୋଜଙ୍କ ସ୍ଥାନରେ ସେ ଖେଳିପାରନ୍ତି। ସେହିପରି ଚୂଡ଼ାନ୍ତ ଏକାଦଶରେ ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ଦୁଇ ପ୍ରମୁଖ ସ୍ପିନର ଭାବେ ରହିବେ ବୋଲି ଗିଲ ନିଶ୍ଚିତ କରିଛନ୍ତି। ଏହାର ଅର୍ଥ କୁଲଦୀପ ଯାଦବ ବାକି ୪ ମ୍ୟାଚ୍ ଭଳି ଏହି ମ୍ୟାଚରେ ବେଞ୍ଚରେ ରହିବେ। ଯଶପ୍ରୀତ ବୁମରା ମଧ୍ୟ ଖେଳିବେ କି ନାହିଁ ସନ୍ଦେହ। ତାହା ଆଜି ହିଁ ସ୍ପଷ୍ଟ ହେବ। ଇଂଲଣ୍ଡ ମଧ୍ୟ ଆହତ ସମସ୍ୟାରେ ଅଛି। କ୍ୟାପେଟନ ବେନ୍ ଷ୍ଟୋକ୍ସ ଓ ଜୋଫ୍ରା ଆର୍ଚର ପ୍ଲେଇଂ ଇଲେଭେନରୁ ବାଦ ପଡ଼ିଛନ୍ତି । ପୋପ୍ କ୍ୟାପେଟନସିପ୍ କରିବେ।