ଆଜି ଭାରତ-ଇଂଲଣ୍ଡ ଶେଷ ଦିନିକିଆ, ସିରିଜ୍ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍

1 min read

ମାଞ୍ଚେଷ୍ଟର: ଆଜି ଭାରତ-ଇଂଲଣ୍ଡ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ । ମଞ୍ଚେଷ୍ଟରରେ ଅପରାହ୍ମ ସାଢେ ୩ଟାରେ ମ୍ୟାଚ୍ ଖେଳାଯିବ । ୩ଟିକିଆ ସିରିଜରେ ଗୋଟିଏ ଲେଖାଏ ମ୍ୟାଚ୍ ଜିତି ଏବେ ସମାନ ସ୍ଥିତିରେ ଅଛନ୍ତି ଉଭୟ ଟିମ୍ । ପ୍ରଥମ ମ୍ୟାଚକୁ ଭାରତ ସହଜରେ ବିଜୟ ଲାଭ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ୧୦୦ ରନରେ ପରାଜିତ ହୋଇଥିଲା ଟିମ୍ ଇଣ୍ଡିଆ । ଦ୍ୱିତୀୟ ମ୍ୟାଚରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ତେବେ ଆଜିର ମ୍ୟାଚ ଜିତି ସିରିଜ୍ ଜିତିବାକୁ ହେଲେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ନିଜ ବ୍ୟାଟିଂରେ ପରିବର୍ତ୍ତନ ଆଣିବାକୁ ହେବ । ଅନ୍ୟପକ୍ଷରେ ଟି-୨୦ ସିରିଜ୍ ପରାଜୟ ବରଣ କରିବା ପରେ ଆଜିର ମ୍ୟାଚ ଜିତି ଦିନିକିଆ ସିରିଜ୍ ହାତେଇବାକୁ ଚେଷ୍ଟା କରିବ ଘରୋଇ ଇଂଲଣ୍ଡ ।

ସେହିପରି ଗତ କିଛି ମ୍ୟାଚ୍ ଭଳି ରବିବାରର ମ୍ୟାଚ୍ ମଧ୍ୟ ବ୍ୟକ୍ତିଗତ ଭାବେ କୋହଲିଙ୍କ ପାଇଁ ଢେର ମହତ୍ତ୍ୱ ରଖିବ । ଏହାଛଡ଼ା ବାମହାତୀ ବୋଲର ଭାବେ ରବୀନ୍ଦ୍ର ଜାଡେଜାଙ୍କୁ ନିଜ ପ୍ରଦର୍ଶନରେ ଆହୁରି ଉନ୍ନତି ଆଣିବାକୁ ହେବ ।