ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ; ସିରିଜ୍ କବ୍ଜା ଲକ୍ଷ୍ୟରେ ଭାରତ

1 min read

ଲର୍ଡ୍ସ: ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ । ଅପରାହ୍ମ ସାଢେ ୫ଟାରେ ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ୍ । ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତିନି ଟିକିଆ ସିରିଜରେ ପ୍ରଥମ ମ୍ୟାଚକୁ ୧୦ ଓ୍ୱିକେଟରେ ଜିତି ୧-୦ରେ ଆଗରେ ରହିଛି ଭାରତ । ଏହି କ୍ରମରେ ଆଜିର ମ୍ୟାଚ୍ ଜିତି ସିରିଜ କବ୍ଜା କରିବାକୁ ଉଦ୍ୟମ କରିବ ଭ୍ରମଣକାରୀ ଦଳ । ନିକଟରେ ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ୨-୧ରେ ପରାସ୍ତ କରି ଟି-୨୦ ସିରିଜ୍ ଭାରତ ନିଜ ନାମରେ କରିଥିଲା । ଏବେ ବିଶ୍ୱ ବିଜେତା ଇଂଲଣ୍ଡକୁ ସମାନ ପରିସ୍ଥିତିରେ ପରାସ୍ତ କରି ଦିନିକିଆ ସିରିଜ୍ କବ୍ଜା ଲକ୍ଷ୍ୟରେ ରହିଛି ଭାରତ ।

ଅନ୍ୟପଟେ ଟି-୨୦ ସିରିଜ୍ ହାରିବା ପରେ ପ୍ରଥମ ଦିନିକିଆରେ ଶୋଚନୀୟ ପରାସ୍ତ ହୋଇ ବ୍ୟାକଫୁଟରେ ରହଛି ଘରୋଇ ଟିମ୍ । ତେବେ ଆଜିର ଏହି ମ୍ୟାଚକୁ ଜିତି ସିରିଜକୁ ଫେରିବାକୁ ଉଦ୍ୟମ କରିବ ଟିମ୍ ଇଂଲଣ୍ଡ ।