spot_img

Latest Posts

ରୋମାଞ୍ଚକର ହେବ ଦ୍ୱିତୀୟ ଦିନିକିଆ, କୋହଲିଙ୍କ ଟାର୍ଗେଟରେ ରହିବ ତେନ୍ଦୁଲକର ଏବଂ ପଣ୍ଟିଂଙ୍କ ରେକର୍ଡ

ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଟେଷ୍ଟ ଏବଂ ଟି -୨୦ ସିରିଜ୍ ଭାରତ ହାତେଇବା ପରେ ଏହି ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବ ଭାରତ।  ଏବଂ ODI ସିରିଜ୍ ମଧ୍ୟ କବଜା କରିବାକୁ ଚେଷ୍ଟା କରିବ। ଏଥିସହ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ସ୍ପେସାଲ ବୋଲି ମଧ୍ୟ କୁହାଯାଉଛି। କାରଣ ଅଧିନାୟକ କିଙ୍ଗ କୋହଲି ଏହି ମ୍ୟାଚରେ ଏମିତି ଅନେକ ରେକର୍ଡ ତାଙ୍କ ନାମରେ କରିପାରନ୍ତି।

ଆନ୍ତର୍ଜାତୀୟ କ୍ରିକେଟ୍ ରେ ସବୁଠାରୁ ଅଧିକ ଶତକ

ଗଡ ଅଫ୍ କ୍ରିକେଟ୍ ଭାବରେ ଜଣାଶୁଣା ପୂର୍ବତନ ଭାରତୀୟ ଭେଟେରାନ୍ ସଚିନ୍ ତେନ୍ଦୁଲକର। ଆନ୍ତର୍ଜାତୀୟ କ୍ରିକେଟରେ ଅଧିକା ଶତକ ମାରି ଏପର୍ଯ୍ୟନ୍ତ ତାଙ୍କ ରେକର୍ଡକୁ ବଜାୟ ରଖିଛନ୍ତି। ସଚିନଙ୍କ ରେକର୍ଡକୁ କୌଣସି ଖେଳାଳି ଭାଙ୍ଗି ନାହାନ୍ତି। ସଚିତ ତାଙ୍କ ଖେଳ କ୍ୟାରିୟରେ ମୋଟ ୧୦୦ଟି ଶତକର ରେକର୍ଡ ହାସଲ କରିଛନ୍ତି। ସେଥିମଧ୍ୟରୁ ODIରେ ୪୯ଟି ଶତକ ମାରିଥିବା ବେଳେ ଟେଷ୍ଟ କ୍ୟାରିୟରରେ ମାରିଛନ୍ତି ୫୧ଟି ଶତକ। ଏହି ତାଲିକାରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରେ ପଣ୍ଟିଂ ମୋଟ ୭୧ ଟି ଶତକ ହାସଲ କରିଛନ୍ତି। ଏଥି ସହିତ କିଙ୍ଗ କୋହଲି ୭୦ଟି ଶତକ ସହିତ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ଆଜି ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ କୋହଲି ଯଦି ଏକ ଶତକ ହାସଲ କରନ୍ତି ତେବେ କୋହଲି ପଣ୍ଟିଂ ସହ ସମାନ ହୋଇପାରିବେ।

କୋହଲି ସଚିନ ତେନ୍ଦୁଲକରଙ୍କ ଏହି ରେକର୍ଡକୁ ମିଟ କରିପାରିବେ

ରେକର୍ଡର ଗନ୍ତାଘର ହେଉଛନ୍ତି ଭାରତର ପୂର୍ବତନ ଖେଳାଳି ସଚିନ ତେନ୍ଦୁଲକର। ODI ରେ ଘରୋଇ ମାଟିରେ ସର୍ବାଧିକ ସତକ ମଧ୍ୟ ପୂର୍ବତନ ଭେଟେରାନ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ସେ ମୋଟ ୨୦ଟି ଶତକ ହାସଲ କରିଛନ୍ତି। ଏଥି ସହିତ ବର୍ତ୍ତମାନର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଘରୋଇ ପିଚ୍‌ରେ ୧୯ ଟି ଶତକ ହାସଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ଆଜି ଯଦି ବିରାଟ ଶତକ ମାରୁଛନ୍ତି ତେବେ ସଚିନଙ୍କ ଏହି ବଡ ରେକର୍ଡ ସହିତ ମଧ୍ୟ ମେଳ କରିପାରିବେ।

ପଣ୍ଟିଂଙ୍କ ଏହି ରେକର୍ଡରେ କିଙ୍ଗ କୋହଲିଙ୍କ ନଜର

ଅଧିନାୟକ ଭାବରେ ODI କ୍ରିକେଟରେ ରିକି ପଣ୍ଟିଂ ସବୁଠାରୁ ଅଧିକ ଶତକ ମାରିଥିବା ରେକର୍ଡରେ ଏପର୍ଯ୍ୟନ୍ତ ରହିଛନ୍ତି। ସେ ମୋଟ ୨୨ଟି ଶତକ ହାସଲ କରିଛନ୍ତି। ଏଥି ସହିତ ବିରାଟ କୋହଲି ଏପର୍ଯ୍ୟନ୍ତ ଅଧିନାୟକ ଭାବରେ ୨୧ ଟି ଶତକ ହାସଲ କରିଛନ୍ତି। ଏଭଳି ପରିସ୍ଥିତିରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଏକ ଶତକ ହାସଲ କରି କିଙ୍ଗ କୋହଲି ପଣ୍ଟିଂଙ୍କ ରେକର୍ଡକୁ ODIରେ ଅଧିନାୟକ ଭାବରେ ସର୍ବାଧିକ ଶତକ ହାସଲ କରିପାରନ୍ତି। ୨୩୦ ଟି ମ୍ୟାଚରେ ପଣ୍ଟିଂ ୨୨ଟି ଶତକ ହାସଲ କରିଥିଲେ। କିନ୍ତୁ ପିରାଟ କୋହଲି ମାତ୍ର ୯୩ ଟି ମ୍ୟାଚ୍‌ ଖେଳି ୨୧ ଟି ଶତକ ହାସଲ କରିଛନ୍ତି।

 

Latest Posts

Don't Miss