India vs England: ସମ୍ମାନ ରଖିଲେ ପୂଜାରା ଓ ପନ୍ଥ

ଚେନ୍ନାଇ: ପୁଣି ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି ଚେତେଶ୍ୱର ପୂଜାରା ଓ ରିଷଭ ପନ୍ଥ ।  ମାତ୍ର ୭୩ ରନରେ ଭାରତୀୟ ଦଳ ୪ଓ୍ୱିକେଟ ହରାଇସାରିଥିବା ବେଳେ ଏ ଦୁଇ ଖେଳାଳି ଦଳ ପାଇଁ ସଂକଟ ମୋଚକ ସାଜିଛନ୍ତି । ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ୧୪୩ ବଲ୍‌ରେ ଧୌର୍ଯ୍ୟ ପୂର୍ଣ୍ଣ ୭୩ ରନ୍ କରିଥିବା ବେଳେ ତାଙ୍କୁ ଭରପୂର ସହଯୋଗ କରିଥିଲେ ୟଙ୍ଗ ଷ୍ଟାର ରିଷଭ ପନ୍ଥ । ମାତ୍ର ୮୮ ବଲରେ ୯୧ ରନ୍ କରିଥିଲେ ରିଷଭ୍ । ଏହି ଦୁଇ ଖେଳାଳିଙ୍କ ବ୍ୟାଟିଂ ଫଳରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୬ ଓ୍ୱିକେଟ ହରାଇ ୨୫୭ କରିପାରିଥିଲା ଭାରତୀୟ ଦଳ ।

          ଭାରତୀୟ ଦଳ ପକ୍ଷରୁ ଓପନିଂ ବ୍ୟାଟିଂ କରିବାକୁ ଆସିଥିବା ମାତ୍ର ୬ ରନ୍ କରି ଆଉଟ୍ ହୋଇଥିବା ବେଳେ ଶୁଭମନ ଗିଲ୍ ୨୯ ରନ୍ କରି ପେଭିଲିୟନ୍ ଫେରିଥିଲେ । ଏହାଂ ପରେ ପିତୃଅବକାସ ପରେ ଟିମ୍‌କୁ ଫେରିଥିବା ବିରାଟ କୋହଲି ମାତ୍ର ୧୧ ରନ କରି ଆଉଟ ହୋଇଥିଲେ । ଏବଂ ଏହା ପରେ ପରେ ଅଜଙ୍କ୍ୟା ରାହାଣେ  ମାତ୍ର ୧ ରନ କରି ଆଉଟ ହୋଇଥିଲେ । ତେବେ ଆଜିର ଖେଳ ଶେଷ ସୁଦ୍ଧା ଓ୍ୱାସିଂଟନ ସୁନ୍ଦର ୩୩ ରନ୍ କରିଥିବା ବେଳେ ରବିଚନ୍ଦନ ଅଶ୍ୱିନ୍ ୮ ରନ କରି ନଟଆଉଟ୍ ରହିଛନ୍ତି ।            ଏହା ପୂର୍ବରୁ ଇଂଲଣ୍ଡ ସମସ୍ତ ଓ୍ୱିକେଟ ହରାଇ ୫୭୮ ରନ୍ କରିଛି ।

ଏଥିସହିତ ପଢ଼ନ୍ତୁ: ‘ଗନ୍ଦି ବାତ୍’ ଅଭିନେତ୍ରୀ ଗେହନା ବଶିଷ୍ଟ ଗିରଫ: ପ୍ରସ୍ତୁତ କରୁଥିଲେ ପର୍ଣ୍ଣ ଭିଡିଓ

Leave a Reply