କୋଲକାତାରେ ଭାରତ-ବାଂଲାଦେଶ ଟେଷ୍ଟ କ୍ରିକେଟ୍, ଭାଇରାଲ୍ ହେଲା ସୌରଭଙ୍କ ସେଲ୍ଫି

କୋଲକାତା : ଭାରତ ଓ ବାଂଲାଦେଶ ମଧ୍ୟରେ କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଆରମ୍ଭ ହୋଇଛି ଦିବାରାତ୍ର ଟେଷ୍ଟ ମ୍ୟାଚ୍ । ପିଙ୍କ ବଲରେ ଏହି ଟେଷ୍ଟ ମ୍ୟାଚ୍ ଖେଳାଯାଉଥିବାରୁ ଏହାକୁ ଐତିହାସିକ ମନେକରାଯାଉଛି ।

ଏହି ପିଙ୍କ ଟେଷ୍ଟରେ  ଯୋଗଦେବାକୁ କୋଲକାତାରେ ପହଞ୍ଚିଥିଲେ ବିସିସିଆଇ ସଭାପତି ସୌରଭ୍ ଗାଙ୍ଗୁଲି । ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ୍ ହସିନା ମଧ୍ୟ ଏଥିରେ ଯୋଗଦେଇଥିଲେ । ଏହି ଐତିହାସିକ ମୂହୁର୍ତ୍ତର ମୁକ ସାଖି ହେବାକୁ ସେଠାରେ ଯୋଗଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସମସ୍ତେ ବିିସିସିଆଇର ପାରଂପରିକ ଘଣ୍ଟି ବଜାଇ କ୍ରିକେଟ୍ ଇତିହାସରେ ଲେଖିଥିଲେ କିଛି ଐତିହାସିକ ଅଧ୍ୟୟ । ପୁରା ଷ୍ଟାଡିୟମରେ ଥିଲେ ଖଚାଖଚ୍ ଦର୍ଶକ । ସମସ୍ତେ ଭାରତ ଓ ବାଂଲାଦେଶର ଏହି ପ୍ରଥମ ଐତିହାସିକ ପିଙ୍କ ଟେଷ୍ଟରେ ସାମିଲ ହେବାକୁ ଆସିଥିଲେ ।

 ଏହି ଅବସରରେ ବିସିସିଆଇ ସଭାପତି  ସୌରଭ ଗାଙ୍ଗୁଲି ଫ୍ୟାନଙ୍କ ସହିତ ଏକ ସେଲଫି ନେଇଥିଲେ ।  ଷ୍ଟାଡିୟମ ଭିତରେ ନିଆଯାଇଥିବା ଏ ସେଲଫିରେ ଗାଙ୍ଗୁଲି ଲେଖିଥିଲେ ଯେ, ପିଙ୍କ୍ ଟେଷ୍ଟ ପାଇଁ ଇଡେନରେ ଅଭୂତପୂର୍ବ ପରିବେଶ । ଏହାପରେ ହଜାର ହଜାର କମେଣ୍ଟ ଟ୍ୱିଟରରେ ଦେଖିବାକୁ ମିଳିଥିଲା । ପିଙ୍କ୍ ବଲରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ବହୁ ବର୍ଷରୁ ପ୍ରସ୍ତାବ ଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରୁନଥିଲା । ସୌରଭ୍ ଗାଙ୍ଗୁଲି ହିଁ ତାକୁ କାର୍ଯ୍ୟକାରୀ କରିଥିଲେ ।

ଏହି ମ୍ୟାଚ୍ ବିଶ୍ୱ କ୍ରିକେଟ୍ ପାଇଁ ମହତ୍ୱପୂର୍ଣ୍ଣ । ପୂର୍ବରୁ ଅଷ୍ଟ୍ରେଲିଆ ଭଳି ଦେଶ ପିଙ୍କ ବଲର ବ୍ୟବହାର କରିଥିବା ବେଳେ ଭାରତ ଏହାକୁ ଲାଗୁ କରୁନଥିଲା । ଦାଦା ବିସିସିଆଇ ସଭାପତି ହେବା ପରେ ଏହି ଟେଷ୍ଟ ସଂପର୍କରେ ଘୋଷଣା ହୋଇଥିଲା । ଇଡେନ୍ ଗାର୍ଡନ୍ ଏହାର ମୁକ ସାଖି ହୋଇ ରହିଛି ।

Leave a Reply