ବିରାଟ୍ଙ୍କ ବିନା ମୈଦାନ୍କୁ ଓହ୍ଲାଇବ ଟିମ୍ ଇଣ୍ଡିଆ
1 min read
ନୂଆଦିଲ୍ଲୀ: ଆଜି ବାଂଲାଦେଶ ବିପକ୍ଷରେ ଚଳିତ ସିରିଜ୍ର ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ସ୍କୁଲକୁ ବନ୍ଦ କରିଦିଆଯାଇଛି, ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲାଗୁହୋଇଛି ଓ କ୍ରୀଡ଼ା କାର୍ଯ୍ୟକ୍ରମ ନ କରିବାକୁ ପରାମର୍ଶ ଦିଆଯାଇଛି । ତଥାପି କ୍ରିକେଟପ୍ରେମୀ ମ୍ୟାଚ୍ର ସମସ୍ତ ଟିକଟ କିଣି ନେଇଛନ୍ତି । ପ୍ରଦୂଷଣ କଥା ଭୁଲି ଉଭୟଙ୍କ ଦଳଙ୍କର ଧ୍ୟାନ ଏବେ କ୍ରିକେଟ ଉପରେ ।
ଟି-୨୦ ମ୍ୟାଚ୍ରେ ବାଂଲାଦେଶ ବିପକ୍ଷରେ ଭାରତର ଶତ ପ୍ରତିଶତ ରେକର୍ଡ ରହିଛି । ଏଯାବତ୍ ୨ଦେଶ ୮ଟି ମ୍ୟାଚ୍ ଖେଳିଥିବା ବେଳେ ସମସ୍ତ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି । ଭାରତମାଟିରେ ଉଭୟ ଦଳଙ୍କ ମଧ୍ୟରେ ଗୋଟିଏ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା ବେଳେ ଭାରତ ଏହାକୁ ୧ ରନ୍ ବ୍ୟବଧାନରେ ଜିତିଛି । ତେଣୁ ବାଂଲାଦେଶ ବିପକ୍ଷରେ ତା’ର ବିଜୟଧାରା ଜାରି ରଖିବାକୁ ନିଶ୍ଚୟ ଚାହିଁବ । ଅପରପକ୍ଷରେ ବାଂଲାଦେଶର ୨ ସବୁଠାରୁ ଅଭିଜ୍ଞ କ୍ରିକେଟର ସାକିବ୍ ଅଲ୍ ହାସନ୍ ଓ ଓପନର୍ ତମିମ୍ ଇକ୍ବାଲ ଏହି ସିରିଜ ଖେଳିବେନାହିଁ । ଫଳରେ ନିଶ୍ଚୟ ଦୁର୍ବଳ ହୋଇଯାଇଛି । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର ଭଳି ପ୍ଳେୟର ନଥିଲେ ହେଁ ଏହାର ପ୍ରଭାବ ସିରିଜ୍ ଉପରେ ପଡ଼ିବନାହିଁ ବୋଲି ଆଶା କରାଯାଉଛି । ')}