ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚ୍: ଅଷ୍ଟ୍ରେଲିଆ ଆଗରେ ୨୦୯ ରନର ବିଜୟ ଲକ୍ଷ୍ୟ

1 min read

ମୋହାଲି: ମୋହାଲି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି । ଆଜିର ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା । ଆହ୍ୱାନ କ୍ରମେ ଭାରତୀୟ ଦଳ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଭାରତୀୟ ଦଳ ୬ ୱିକେଟ ବିନିମୟରେ ୨୦୮ ରନ୍ ସଂଗ୍ରହ କରିଥିଲା । ଏବେ ଅଷ୍ଟ୍ରେଲିଆକୁ ଜିତିବାକୁ ହେଲେ ୨୦୯ ରନ୍ କରିବାକୁ ପଡ଼ିବ ।

ଭାରତ ପକ୍ଷରୁ କେଏଲ ରାହୁଲ ଏବଂ ରୋହିତ ଶର୍ମା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ପଡ଼ିଆକୁ ଓହ୍ଲାଇଥିଲେ । ରୋହିତ ୯ ବଲ୍ ଖେଳି ୧୧ ରନ୍ ସଂଗ୍ରହ କରି ନଥାନ ଏଲିସଙ୍କ ବଲରେ କ୍ୟାଚ ଆଉଟ୍ ହୋଇଯାଇଥିଲା । ତାଙ୍କ ସ୍ଥାନ ପୂରଣ କରିବା ପାଇଁ ଆସିଥିବା ବିରାଟ କୋହଲି ମଧ୍ୟ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ମାତ୍ର ଦୁଇ ରନ୍ କରି ପାଭେଲିଅନ ଫେରିଯାଇଥିଲେ । କେଏଲ ରାହୁଲ କିନ୍ତୁ ଦଳୀୟ ସ୍ଥିତିକୁ ବଜାୟ ରଖିଥିଲେ ।

୩୫ ବଲ୍ ଖେଳି ୫୫ ରନର ଏକ ଭଲ ଇନିଂସ ଖେଳିଥିଲେ । ସୂର୍ଯ୍ୟକୁମାର ଯାଦବ ମଧ୍ୟ ୨୫ ବଲ୍ ଖେଳି ୪୬ରନର ଧୂଆଁଧାର ପାରି ଖେଳିଛନ୍ତି । ମ୍ୟାଚ ଶେଷ ବେଳକୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ହର୍ଷଲ ପଟେଲ କ୍ରୀଜରେ ଅପରାଜିତ ଦଣ୍ଡାୟମାନ ରହିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୩୦ ବଲ୍ ଖେଳି ୭୧ ରନ ସଂଗ୍ରହ କରିଥିଲେ  । ଏହି ୭୧ ରନରେ ୭ଟି ଚୌକା ଏବଂ ୫ଟି ବିଶାଳକାୟ ଛକା ସାମିଲ ରହିଛି ।

ସେହିପରି ହର୍ଷଲ ୪ଟି ବଲ୍ ଖେଳି ୭ ରନ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ ସର୍ବାଧିକ ୩ଟି ୱିକେଟ୍ ସଂଗ୍ରହ କରିଥିବା ବେଳେ ଜୋଶ ହାଜେଲହୁଡ ୨ଟି ୱିକେଟ ଏବଂ କାମେରନ ଗ୍ରୀନ ଗୋଟିଏ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ । ଏବେ ଅଷ୍ଟ୍ରେଲିଆକୁ ଜିତିବାକୁ ହେଲେ ୧୯୬ ରନ୍ ର ବିଜୟ ଲକ୍ଷ୍ୟକୁ ହାସଲ କରିବାକୁ ପଡ଼ିବ । ମୋହାଲି ବ୍ୟାଟିଂ ପ୍ରିଜ ହୋଇଥିବାରୁ ଅଷ୍ଟ୍ରେଲିଆକୁ ଲକ୍ଷ୍ୟ ସାଧନ କରିବା କଷ୍ଟସାଧ୍ୟ ନୁହେଁ । ତେବେ ଭାରତୀୟ ବୋଲରଙ୍କୁ କମାଲ କରିବାକୁ ପଡ଼ିବ ।