ଅହମ୍ମଦାବାଦ ଟେଷ୍ଟ: ପ୍ରଧାନମନ୍ତ୍ରୀ ମୋଦି ଓ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ପଡ଼ିବ ଟସ୍

1 min read

ଅହମ୍ମଦାବାଦ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାର ଖେଳାଯିବ । ସକାଳ ୯ ଟା ୩୦ ମିନିଟରେ ଖେଳ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଏଲବନିଜ ଟସ୍ ପଡ଼ିବା ସମୟରେ ପଡ଼ିଆରେ ଉପସ୍ଥିତ ରହିବେ । ସେମାନେ ମ୍ୟାଚ୍ ସମୟରେ କମେଣ୍ଟ୍ରୀ ମଧ୍ୟ କରି ପାରନ୍ତି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ବୁଧବାର ବିଳମ୍ବିତ ରାତିରେ ଅହମ୍ମଦାବାଦରେ ପହଞ୍ଚିଛନ୍ତି ।

ଅହମ୍ମଦାବାଦର କ୍ରିକେଟ ଷ୍ଟାଡିୟମ ବିଶ୍ୱରେ ସବୁଠୁ ଅଧିକ ଦର୍ଶକ କ୍ଷମତା ଥିବା ଷ୍ଟାଡିୟମ ଅଟେ । ଏଥିରେ ୧.୩୨ ଲକ୍ଷ ଦର୍ଶକ ବସିପାରିବେ । ଆଶା କରାଯାଉଛି ଯେ ଏହି ମ୍ୟାଚ୍ ସମୟରେ ଗୋଟିଏ ଦିନରେ ଦର୍ଶକଙ୍କ ସବୁଠୁ ବଡ଼ ସଂଖ୍ୟାର ବିଶ୍ୱ ରେକର୍ଡ ମଧ୍ୟ ହୋଇପାରେ । ବର୍ତ୍ତମାନ ବିଶ୍ୱ ରେକର୍ଡ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (ଅଷ୍ଟ୍ରେଲିଆ) ନାଁରେ ରହିଛି । ସେଠାରେ ୨୦୧୪ରେ ଏସେଜ ସିରିଜ ମ୍ୟାଚ୍ ସମୟରେ ଗୋଟିଏ ଦିନରେ ୯୧,୧୧୨ ଦର୍ଶକ ଆସିଥିଲେ । ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଏଲବନିଦ ଅଷ୍ଟ୍ରେଲିଆରେ ଏକ ରେଡିଓ ଷ୍ଟେସନକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଥିଲେ ଯେ ମୋ ଉପରେ ବହୁତ ଚାପ ରହିଛି, କାରଣ ମୁଁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟସ୍ କରାଇବୁ ।

ମୋତେ ଜଣାନାହିଁ ଯେ ଆମ ମଧ୍ୟରୁ କିଏ କଏନ ଟସ୍ କରିବ । କିନ୍ତୁ ମୋଦି ଭାରତର ପ୍ରଧାନମନ୍ତ୍ରୀ ଅଟନ୍ତି ସେଥିପାଇଁ ତାଙ୍କ ହାତରେ ହିଁ କମାନ ରହିବ । ଅହମ୍ମଦାବାଦରେ ହେବାକୁ ଥିବା ଏହି ମ୍ୟାଚ୍ ଜିତିଲେ ଭାରତୀୟ ଦଳ ସିରିଜ୍ ଜିତିବା ସହ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ପ୍ରବେଶ କରିବ । ଏଠାରେ ଟିମର ମୁକାବିଲା ଅଷ୍ଟ୍ରେଲିଆ ସହ ହେବ । ଯଦି ଏହି ଶେଷ ଟେଷ୍ଟ ମ୍ୟାଚ୍ ଅଷ୍ଟ୍ରେଲିଆ ଜିତିଯାଏ ତେବେ ସିରିଜ ୨-୨ରେ ବରାବର ରହିଯିବ । ଏପରି ସ୍ଥିତିରେ ଟ୍ରଫି କିନ୍ତୁ ଭାରତ ପାଖରେ ରହିବ, କାରଣ ଭାରତ ୨୦୨୦-୨୧ରେ ପୂର୍ବ ଟେଷ୍ଟ ଜିତିଥିଲା ।