spot_img

Latest Posts

ଦେଶରେ ହ୍ରାସ ପାଉଛି କରୋନା ମୃତ୍ୟୁ ସଂଖ୍ୟା, ୯୬. ୯ ପ୍ରତିଶତରେ ପହଞ୍ଚିଛି ଆରୋଗ୍ୟ ହାର

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ କମିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମୃତ୍ୟୁ ସଂଖ୍ୟା ବି ହ୍ରାସ ପାଇବାରେ ଲାଗିଛି। ଯାହାଫଳରେ ଦେଶରେ ଏବେ ଆରୋଗ୍ୟ ହାର ୯୬. ୯ ପ୍ରତିଶତରେ ପହଞ୍ଚିଛି। ଦେଶରେ ମେ ୭ରୁ ରେକର୍ଡ ହୋଇଥିବା ପିକ ଏବେ ୯୧ ପ୍ରତିଶତ ହ୍ରାସ ପାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ସୁଦ୍ଧା ହୋଇଥିବା ଟିକାକରଣରେ ଆମେରିକାକୁ ପଛରେ ପକାଇଛି ଭାରତ। ୧୬୩ ଦିନରେ ଭାରତରେ ୩୨ କୋଟି ଲୋକ ଟିକା ନେଇ ସାରିଛନ୍ତି। ଏହି ୩୨ କୋଟି ଟିକା ଦେବା ପାଇଁ ଆମେରିକାକୁ ୧୯୩ ଦିନ ଲାଗିଥିଲା। ଗ୍ରାମାଞ୍ଚଳରେ ୫୬ ପ୍ରତିଶତ ଟିକାକରଣ ହୋଇଥିବାବେଳେ ସହରାଞ୍ଚଳରେ ୪୪ ପ୍ରତିଶତ ଟିକାକରଣ ହୋଇଛି। ଦେଶବାସୀଙ୍କୁ ଦିଆଯାଉଥିବା ଟିକା ସମ୍ପୂର୍ଣ୍ଣ ଭାବେ ନିରାପଦ ଓ କୋଭିଡ୍ ବିରୋଧରେ ଫଳପ୍ରଦ ସାବ୍ୟସ୍ତ ହେଉଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ। ସାରା ଦେଶରେ ୫୧ ଜଣ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Latest Posts

Don't Miss