ଆହୁରି ଶକ୍ତିଶାଳୀ ହେଲା ବ୍ରହ୍ମୋସ ମିସାଇଲ

1 min read

ନୂଆଦିଲ୍ଲୀ: ଭାରତର ବ୍ରହ୍ମୋସ ମିସାଇଲ ଭୁଲରେ ପାକିସ୍ତାନରେ ପଡ଼ିବାକୁ ନେଇ ବିବାଦ ମଧ୍ୟରେ ଆସିଛି ଖୁସି ଖବର । ବ୍ରହ୍ମୋସ ସୁପରସୈନିକ କ୍ରୁଜ ମିସାଇଲ ତାର ଶକ୍ତିକୁ ବଢାଇବାକୁ ଯାଉଛି । ଏହି ମିସାଇଲ ବର୍ତ୍ତମାନ ୮୦୦କିଲୋମିଟର ଦୂର ପର୍ଯ୍ୟନ୍ତ ଶତ୍ରୁଙ୍କୁ ମାରିବାରେ ସକ୍ଷମ ହେବ । ପ୍ରଥମେ ଏହାର ଦୂରତା ୩୦୦ କିଲୋମିଟର ଥିଲା ତେବେ ଏହାରକୁ ବଢାଇ ୫୦୦ କିଲୋମିଟର କରାଯାଇଥିଲା ।  ପରେ ଏଥିରେ ପରିବର୍ତ୍ତନ କରାଯାଇ ଆହୁରି ଅଧିକ କରାଯାଇଛି । ଏହି ମିସାଇଲକୁ ସୁଖୋଇ ୩୦ଏମକେଆଇ (Su-30MKI) ଯୁଦ୍ଧ ବିମାନରେ ଲଗାଯାଇଛି ।

ସୂଚନା ଅନୁସାରେ, ବ୍ରହ୍ମୋସ ସୁପରସୈନିକ କ୍ରୁଜ ମିସାଇଲର କ୍ଷମତାକୁ ନିକଟରେ ସଫଳତା ପୂର୍ବକ ବଢାଇ ୫୦୦କିଲୋମିଟର କରାଯାଇଥିଲା । ଏହା କେବଳ ସଫ୍ଟୱେୟାରକୁ ଅପଗ୍ରେଡ କରିବା କାରଣରୁ ସମ୍ଭବ ହୋଇଛି । ମିସାଇଲରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏବଂ ଏହି ମିସାଇଲର କ୍ଷମତା ୮୦୦ କିମି କରିବାରେ ସଫଳ ହୋଇଛି । ଯୁଦ୍ଧ ବିମାନ ମାଧ୍ୟମରେ ଏହାକୁ ଅଧିକ ଉଚ୍ଚରୁ ମଧ୍ୟ କ୍ଷେପଣ କରିହେବ ।

ଭାରତୀୟ ବାୟୁସେନା ତାର ୪୦ସୁଖୋଇ ବିମାନ ଉପରେ ବ୍ରହ୍ମୋସ କ୍ରୁଜ ମିସାଇଲ ଲଗାଇଛି । ଏହି ମିସାଇଲ ଅଧିକ ଶକ୍ତିଶାଳି  ଏବଂ ଏହା ଖୁବ୍ ଦୂରରୁ ଶତ୍ରୁଙ୍କୁ ନିପାତ କରିବାରେ ସଫଳ ହେବ । ଏହି ବିମାନକୁ ପ୍ରଥମେ ତାମିଲନାଡ଼ୁର ତଞ୍ଜାବୁର ଏୟାରବେସ ଉପରେ ରଖାଯାଉଥିଲା । କିନ୍ତୁ ପରେ ଚୀନ ସହ ଲଦାଖରେ ହୋଇଥିବା ଘଟଣା ପରେ ଏହାକୁ  ଉତ୍ତର ସୀମାରେ ରଖାଯାଇଛି ।