spot_img

Latest Posts

ଟ୍ରମ୍ପଙ୍କୁ ଭାରତର କଡ଼ା ଜବାବ ; ଭାରତୀୟ ଖାଉଟୀଙ୍କ ସ୍ୱାର୍ଥ ସୁରକ୍ଷା ଭାରତର ପ୍ରଥମ ପ୍ରାଥମିକତା

ନନ୍ଦିଘୋଷ ବ୍ୟୁରୋ: ଡୋନାଲ୍ଡ ଟ୍ରମ୍ପଙ୍କୁ କଡା ଜବାବ ଦେଲା ଭାରତ । ଟ୍ରମ୍ପଙ୍କ ରୁଷୀୟ ତୈଳ ସମ୍ପର୍କିତ ଦାବିରେ ଭାରତ କଡ଼ା ଜବାବ ଦେଇଛି । ଭାରତ ସ୍ପଷ୍ଟ କରିଛି ଯେ ଆମର ପ୍ରଥମ ପ୍ରାଥମିକତା ହେଉଛନ୍ତି ଭାରତର ଜନତା ଏବଂ ଅନ୍ୟ କିଛି ନୁହେଁ । ଟ୍ରମ୍ପଙ୍କ ବୟାନର ଜବାବରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଭାରତର ସ୍ୱାର୍ଥ ସୁରକ୍ଷା ଉପରେ ଆଧାର କରି ଭାରତର ତୈଳ ଆମଦାନୀ ନିର୍ଣ୍ଣୟ କରାଯାଏ। ଭାରତୀୟ ଗ୍ରାହକଙ୍କ ସ୍ୱାର୍ଥ ସୁରକ୍ଷା ଭାରତର ପ୍ରଥମ ପ୍ରାଥମିକତା । ପ୍ରକୃତରେ ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଭାରତ ଆଉ ରୁଷଠାରୁ ତେଲ କିଣିବ ନାହିଁ। ଏହି ଦାବି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରିଛି।

ଟ୍ରମ୍ପଙ୍କ ବକ୍ତବ୍ୟ ଉପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତି
ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି, “ଭାରତ ତୈଳ ଏବଂ ଗ୍ୟାସର ଏକ ପ୍ରମୁଖ ଆମଦାନୀକାରୀ। ଏକ ଅସ୍ଥିର ବିଶ୍ୱ ଶକ୍ତି ପରିଦୃଶ୍ୟରେ ଭାରତୀୟ ଗ୍ରାହକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ଆମର ସ୍ଥିର ପ୍ରାଥମିକତା ହୋଇଛି। ଆମର ଆମଦାନୀ ନୀତିଗୁଡ଼ିକ ଏହି ଉଦ୍ଦେଶ୍ୟ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ପରିଚାଳିତ । ସ୍ଥିର ଶକ୍ତି ମୂଲ୍ୟ ସୁନିଶ୍ଚିତ କରିବା ଏବଂ ଯୋଗାଣ ସୁରକ୍ଷିତ କରିବା ଆମର ଶକ୍ତି ନୀତିର ଦୁଇଟି ପ୍ରମୁଖ ଉଦ୍ଦେଶ୍ୟ ହୋଇଛି । ଏଥିପାଇଁ ପରିବର୍ତ୍ତିତ ବଜାର ପରିସ୍ଥିତିର ପ୍ରତିକ୍ରିୟାରେ ଆମେ ଆମର ଶକ୍ତି ଉତ୍ସଗୁଡ଼ିକୁ ବିସ୍ତାର ଏବଂ ବିବିଧ କରିଛୁ ।”

ଆମେରିକା ସହିତ ଭାରତର ସମ୍ପର୍କ 

ଆମେରିକା ସହିତ ଭାରତର ସମ୍ପର୍କ ଉପରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, “ଯେପର୍ଯ୍ୟନ୍ତ ଆମେରିକାର କଥା ଆମେ କିଛି ବର୍ଷ ଧରି ଆମର ଶକ୍ତି କ୍ରୟକୁ ବିସ୍ତାର କରିବାକୁ ଚେଷ୍ଟା କରିଆସୁଛୁ । ଗତ ଦଶନ୍ଧି ଧରି ଏହା ନିରନ୍ତର ଅଗ୍ରଗତି କରୁଛି । ବର୍ତ୍ତମାନର ପ୍ରଶାସନ ଭାରତ ସହିତ ଶକ୍ତି ସହଯୋଗକୁ ଆହୁରି ଗଭୀର କରିବାକୁ ଆଗ୍ରହ ପ୍ରକାଶ କରିଛି । ଏହି ବିଷୟରେ ଆଲୋଚନା ଜାରି ରହିଛି ।”

ଡୋନାଲ୍ଡ ଟ୍ରମ୍ପ କଣ କହିଥିଲେ? 

ଏକ ସମ୍ବାଦିକ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତିଙ୍କୁ ଭାରତକୁ ଏକ ନିର୍ଭରଯୋଗ୍ୟ ସହଯୋଗୀ ବୋଲି ଭାବନ୍ତି କି ବୋଲି ପ୍ରଶ୍ଜରେ ଟ୍ରମ୍ପ ଉତ୍ତର ଦେଇଥିଲେ, “ହଁ, ସମ୍ପୂର୍ଣ୍ଣ । ସେ କହିଥିଲେ ମୋଦୀ ମୋର ଜଣେ ଭଲ ବନ୍ଧୁ। ଆମର ବହୁତ ଭଲ ସମ୍ପର୍କ ଅଛି। ଭାରତ ରୁଷରୁ ତେଲ କିଣିବାରେ ମୁଁ ଖୁସି ନଥିଲି। ତଥାପି ସେ ଏବେ ମୋତେ ଆଶ୍ୱାସନା ଦେଇଛନ୍ତି ଯେ ଭାରତ ରୁଷରୁ ତେଲ କିଣିବ ନାହିଁ । ଏହା ଏକ ବଡ଼ ପଦକ୍ଷେପ।  ଏବେ ଆମେ ଚୀନ ଠାରୁ ମଧ୍ୟ ସମାନ ଆଶା କରୁଛୁ ।

ଟ୍ରମ୍ପ କାହିଁକି ନିରାଶ ?

ପ୍ରାୟ ଚାରି ବର୍ଷ ପୂର୍ବେ ରୁଷସହିତ ଆରମ୍ଭ ହୋଇଥିବା ୟୁକ୍ରେନର ଯୁଦ୍ଧ ସମାପ୍ତ କରିବାରେ ଟ୍ରମ୍ପ୍ ଅସମର୍ଥ ହୋଇଥିବାରୁ ସେ ହତାଶ ହୋଇଛନ୍ତି । ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି, ଯାହାଙ୍କୁ ସେ ସମାଧାନର ସବୁଠାରୁ ବଡ଼ ପ୍ରତିବନ୍ଧକ ବୋଲି କହିଛନ୍ତି। ଟ୍ରମ୍ପ୍ ଶୁକ୍ରବାର ଦିନ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଚୀନ୍ ପରେ ଭାରତ ହେଉଛି ରୁଷ ତୈଳର ଦ୍ୱିତୀୟ ସର୍ବବୃହତ କ୍ରେତା ଏବଂ ଦଣ୍ଡ ସ୍ୱରୂପ ଅଗଷ୍ଟରେ ଟ୍ରମ୍ପ୍ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ବୃଦ୍ଧି କରିଥିଲେ ।

Latest Posts

Don't Miss