ରେଳମନ୍ତ୍ରୀଙ୍କ ଘୋଷଣା, ଆସନ୍ତା ବର୍ଷ ଦେଶରେ ଚାଲିବ ହାଇଡ୍ରୋଜେନଚାଳିତ ଟ୍ରେନ

1 min read

ଭୁବନେଶ୍ୱର: ଆସନ୍ତା ବର୍ଷ ଦେଶରେ ଚାଲିବ ହାଇଡ୍ରୋଜେନଚାଳିତ ଟ୍ରେନ । ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେ କହିଛନ୍ତି- ଏହି ଟ୍ରେନରେ ଗ୍ରୀନ ହାଇଡ୍ରୋଜେନ ବ୍ୟବହୃତ ହେବ । ଏହା ଦ୍ବାରା ଜିରୋ କାର୍ବନ ଲକ୍ଷ୍ୟ ପୂରଣ ହେବ । ଗତ ମାସରେ ପୁଣେସ୍ଥିତ KPIT-CSIR ପକ୍ଷରୁ ହାଇଡ୍ରୋଜେନ ଫୁଏଲ ସେଲ୍ ବସ୍ ତିଆରି ହୋଇଥିବାବେଳେ ହାଇଡ୍ରୋଜେନ ଚାଳିତ ଟ୍ରେନ ଚାଲିବା ନେଇ ମନ୍ତ୍ରୀଙ୍କ ଘୋଷଣା ଗୁରୁତ୍ବପୂର୍ଣ୍ଣ ହୋଇଛି ।

ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ବୈଷ୍ଣବ କହିଛନ୍ତି- ଗତି ଶକ୍ତି ଟର୍ମିନାଲସ ନୀତି ଅନୁସାରେ ଦେଶର ବିଭିନ୍ନ ଦୁର୍ଗମ ଓ ରେଳପଥ ଯାଇ ନଥିବା ଅଞ୍ଚଳକୁ ରେଳ ସଂଯୋଗ କରାଯିବା ନିମନ୍ତେ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ସୁଦ୍ଧା ବିଶ୍ବରେ କେବଳ ଜର୍ମାନୀ ହାଇଡ୍ରୋଜନଚାଳିତ ଟ୍ରେନ ବିକଶିତ କରିଛି ।