ଆସନ୍ତା ବର୍ଷ ଇଂଲଣ୍ଡରେ T20 ଓ ଦିନିକିଆ ମ୍ୟାଚ୍ ଖେଳିବ ଭାରତ

1 min read

ଲଣ୍ଡନ: ଆସନ୍ତା ବର୍ଷ ଜୁଲାଇରେ ଲଣ୍ଡନରେ ମ୍ୟାଚ୍ ଖେଳିବ ଭାରତୀୟ କ୍ରିକେଟ୍ ଦଳ । ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) ପକ୍ଷରୁ ୨୦୨୨ର ଘରୋଇ ଅନ୍ତରାଷ୍ଟ୍ରୀୟ କ୍ୟାଲେଣ୍ଡର ଘୋଷଣା କରାଯିବା ସହ ଏନେଇ ସୂଚନା ଦିଆଯାଇଛି । ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ବିରୋଧରେ ୫ଟି ଶୃଙ୍ଖଳା ଖେଳୁଛି । ଯାହାର ଅନ୍ତିମ ତଥା ଶେଷ ମ୍ୟାଚ୍ ସେପ୍ଟେମ୍ବର ୧୦ରେ ମେନଚେଷ୍ଟରରେ ଖେଳାଯିବ ।

ଚଳିତ ଥର କରୋନା ମହାମାରୀ ଯୋଗୁଁ ଏହାକୁ ଟେଷ୍ଟ କ୍ରିକେଟ୍ ଓ ଏକଦିବସୀୟ ସିରିଜରେ ରଖାଯାଇଥିଲା । ଇଂଲଣ୍ଡର ପୁରୁଷ ଟିମ୍ ଜୁଲାଇରେ ଭାରତ ବିପକ୍ଷରେ ଏକଦିବସୀୟ ବିଶିଷ୍ଟ ଘରୋଇ ସିରିଜ ଖେଳିବ। ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକା ସହ ମୁକାବିଲା କରିବାର କାର୍ଯ୍ୟକ୍ରମ ରହିଛି ।

ECB ପକ୍ଷରୁ ଜାରି କାର୍ଯ୍ୟକ୍ରମ ଅନୁସାରେ ଜୁଲାଇରେ ଓଲ୍ଡ ଟ୍ରେଫଡ୍ ରେ T20 ଅନ୍ତରାଷ୍ଟ୍ରୀୟ ମୁକାବିଲା ସହ ଭାରତ ଶୁଭାରମ୍ଭ କରିବ । ଆଉ ବାକି ଦୁଇ T20 ମୁକାବିଲା ଟ୍ରେଟବ୍ରିଜ୍ (୩ ଜୁଲାଇ) ଓ ଏଜିୟାସ୍ ବାଉଲ (ଜୁଲାଇ ୬)ରେ ଖେଳା ଯିବ ।

ସେହିପରି ୩ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ମ୍ୟାଚ୍ ଏଜବଷ୍ଟନ (ଜୁଲାଇ ୯), ଓବଲ (ଜୁଲାଇ ୧୨) ଓ ଲର୍ଡସ୍ (ଜୁଲାଇ ୧୪)ରେ ଖେଳାଯିବ ।

 

Leave a Reply