spot_img

Latest Posts

ବାରବାଟୀକୁ ଫେରିବ ଅନ୍ତର୍ଜାତୀୟ ମ୍ୟାଚ୍: ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ

କଟକ: ଓଡ଼ିଶାକୁ ଫେରିବ ଅନ୍ତର୍ଜାତୀୟ କ୍ରିକେଟ ପ୍ରତିଯୋଗିତା । ଦୀର୍ଘଦିନର ବ୍ୟବଧାନ ପରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ ଆନ୍ତର୍ଜାତିକ ମ୍ୟାଚ୍ । ନିକଟରେ ଭାରତୀୟ କ୍ରିକେଟ୍ ଦଳର ଘରୋଇ ଶୃଙ୍ଖଳାର ଖେଳସୂଚୀ ପ୍ରସ୍ତୁତ ହୋଇଛି । ମିଳିଥିବା ସୂଚନା ମୁତାବିକ ଫେବ୍ରୁଆରୀ ୧୫ରେ ବାରବାଟୀରେ ଖେଳାଯିବ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚ୍। ଖେଳସୂଚୀ ଅନୁସାରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ୨୦୨୨ ଫେବ୍ରୁଆରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ। ବାରବାଟୀ ମ୍ୟାଚ ନେଇ ସୂଚନା ଦେଲେ ଓସିଏ ସମ୍ପାଦକ ସଂଜୟ ବେହେରା।

୨୦୨୧-୨୦୨୨ ଘରୋଇ କ୍ରିକେଟ୍ ସିଜିନ୍ ଲାଗି ବିସିସିଆଇ ଆନ୍ତର୍ଜାତିକ ଖେଳସୂଚୀ ପ୍ରସ୍ତୁତ କରିଛି। କ୍ରିକେଟ କ୍ୟାଲେଣ୍ଡରରେ ୪ଟି ଦଳ- ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବେ। ଏହି ୪ଟି ଗସ୍ତ ପାଇଁ ବିସିସିଆଇ ଖେଳସୂଚୀ ପ୍ରସ୍ତୁତ କରିଛି। ପୂରା ଖେଳସୂଚୀ ସହ କେଉଁଦିନ କେଉଁ ମ୍ୟାଚ୍ କେଉଁ ସହରରେ ଖେଳାଯିବ ସେନେଇ ବିସିସିଆଇ ତାହାର ନିଷ୍ପତ୍ତି ନେଇସାରିଛି ବୋଲି ଜଣାପଡିଛି। ହେଲେ ଫାଇନାଲ ମୋହରକୁ ଅପେକ୍ଷା।

Latest Posts

Don't Miss