ଭାରତ-ଶ୍ରୀଲଙ୍କା ସିରିଜରେ ଖେଳାଯିବ ଡେ-ନାଇଟ ଟେଷ୍ଟ!

1 min read

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ଖେଳାଯାଇଥିବା ଏହି ଦୁଇ ଟିକିଆ ଟେଷ୍ଟ ମଧ୍ୟରୁ ଗୋଟିଏ ମ୍ୟାଚ ଡେ’-ନାଇଟ ଟେଷ୍ଟ ହେବ । ଡେ-ନାଇଟ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯିବ । ଡେ-ନାଇଟ ଟେଷ୍ଟ ନେଇ ସୂଚନା ଦେଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଓ୍ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ୩ ଟିକିଆ ଦିନିକିଆ ଓ ୩ ଟିକିଆ ଟି-୨୦ ସିରିଜ୍ ପରେ ଶ୍ରୀଲଙ୍କା ବିପକ୍ଷରେ 2ଟି ଟେଷ୍ଟ ଓ ୩ଟି ଟି-୨୦ ମୁକାବିଲାର ସିରିଜ୍ ଖେଳିବ । ଏଯାବତ ଭାରତ କେବଳ ଦୁଇଟି ଡେ-ନାଇଟ ଟେଷ୍ଟ ହୋଷ୍ଟ କରିଛି ।

ଭାରତ ୨୦୧୯ ନଭେମ୍ବରେ କୋଲକାତାରେ ବାଂଲାଦେଶ ବିପକ୍ଷରେ ଏବଂ ୨୦୨୧ରେ ଇଂଲଣ୍ଡ ବିପକ୍ଷରେ ଅହମଦାବାଦରେ ଡେ-ନାଇଟ ଟେଷ୍ଟ ହୋଷ୍ଟ କରିଛି । ସୂଚନା ଅନୁସାରେ ୨୫ ଫେବ୍ରୁଆରୀରୁ ଶ୍ରୀଲଙ୍କା ସହ ଆରମ୍ଭ ହେଉଥିବା ସିରିଜରେ କିଛି ପରିବର୍ତ୍ତନ ହୋଇପାରେ । ସିରିଜ୍ ଆରମ୍ଭ ଟେଷ୍ଟ ମ୍ୟାଚ ପରିବର୍ତ୍ତେ ଟି-୨୦ରୁ ଆରମ୍ଭ ହୋଇପାରେ । ଏହା ବ୍ୟତୀତ ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ମୋହାଲୀରେ ହେବ ଏବଂ ଦ୍ୱିତୀୟ ଟେଷ୍ଟ ବେଙ୍ଗାଲୁରୁରେ ହେବ ।

ଭାରତ-ଶ୍ରୀଲଙ୍କା ମଧ୍ୟରେ ମୋହାଲୀରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ବେଶ୍ ଖାସ୍ ଅଟେ । ମୋହାଲିରେ ହେବାକୁ ଥିବା ଟେଷ୍ଟ ବିରାଟ କୋହଲିଙ୍କ ପାଇଁ ୧୦୦ ତମ ଟେଷ୍ଟ ହେବ । ବିରାଟ କୋହଲି ଭାରତ ପାଇଁ ୧୦୦ ଟେଷ୍ଟ ଖେଳିବାରେ ୧୨ତମ ଖେଳାଳି ହେବ ।

Leave a Reply