ପାଲେକେଲରେ ଆଜି ଏସିଆ କପରେ ମୁହାଁମୁହିଁ ହେବେ ଭାରତ ଓ ନେପାଳ ।

ପାଲେକେଲ: ଆଜି ଏସିଆ କପରେ ମୁହାଁମୁହିଁ ହେବେ ଭାରତ ଓ ନେପାଳ । ଦିନ ୩ଟାରେ ମ୍ୟାଚ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଗତ ଶନିବାର ପାକିସ୍ତାନ ସହ ଭାରତର ପ୍ରଥମ ମୁକାବିଲା ରଦ୍ଦ ହୋଇଥିଲା । ବର୍ଷା କାରଣରୁ ପାକିସ୍ତାନ ପଡ଼ିଆକୁ ଓହ୍ଲାଇବାକୁ ସକ୍ଷମ ହୋଇନଥିଲା । ଫଳରେ ମ୍ୟାଚ ରଦ୍ଦ ଦ୍ବାରା ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଥିଲେ ।

ଆଜି ନେପାଳ ବିପକ୍ଷରେ ମ୍ୟାଚ ଜିତି ସୁପର ଫୋରକୁ ଭାରତ ଯିବାକୁ ଲକ୍ଷ୍ୟ ରଖିଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ଓପନିଂ ପ୍ରଦର୍ଶନ ଦୁର୍ବଳ ରହିଥିଲା । ତ୍ରୁଟିକୁ ସୁଧାରି ଭାରତ ଭଲ ପ୍ରଦର୍ଶନ କରିବାକୁ ରଣନୀତି କରିଛି । ସେପଟେ ପ୍ରଥମ ମ୍ୟାଚରେ ପାକିସ୍ତାନ ଠୁ ହାରିବା ପରେ ଆଜି ଭାରତ ସହିତ ମୁକାବିଲା କରିବ ନେପାଳ । ଭଳ ପ୍ରଦର୍ଶନ ସହିତ ବିଜୟ ପାଇଁ ଆଶା ରଖିଛି ନେପାଳ ।