spot_img

Latest Posts

ଟି-୨୦ ବିଶ୍ୱକପ୍‌ରେ ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ: ସେମିଫାଇନାଲ ପାଇଁ ଶେଷ ଆଶା

ଦୁବାଇ: ଆଜି ଟି-୨୦ ବିଶ୍ୱକପ୍‌ରେ ମୁହାଁମୁହିଁ ହେବେ ଭାରତ ଓ ଆଫଗାନିସ୍ତାନ । ସନ୍ଧ୍ୟା ୭ଟାରେ ଆବୁଧାବିରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ହାରି ବ୍ୟାକଫୁଟରେ ଥିବା ବେଳେ ଆଜିର ମ୍ୟାଚ୍ ଜିତିବାକୁ ଉଦ୍ୟମ କରିବ । ଉଭୟ ବ୍ୟାଟିଂ ଓ ବୋଲିଂରେ ଖରାପ ପ୍ରଦର୍ଶନ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଓପନର୍ ଯୋଡି ଫେଲ୍ ମାରୁଥିବା ବେଳେ ମିଡିଲ୍ ଅର୍ଡରର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଲୋକେଶ ରାହୁଲ, ବିରାଟ କୋହଲି, ରୋହିତ ଶର୍ମାଙ୍କ ଉପରେ ନିର୍ଭର କରିବ ଦଳ । ସେପଟେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଟିମ୍ ଆଫଗାନିସ୍ତାନ । ଭାରତ ଦୁଇଟି ମ୍ୟାଚ୍ ଲଗାତାର ହାରିଥିବା ବେଳେ ଆଫଗାନିସ୍ତାନ ତିନିଟି ମ୍ୟାଚ୍ ଖେଳି ଦୁଇଟିରେ ବିଜୟ ହାସଲ କରିଛି ।

ଅନ୍ୟପକ୍ଷରେ ଆଫ୍‌ଗାନିସ୍ତାନ ଦୁଇଟି ବୃହତ୍ ବିଜୟ ହାସଲ କରି ୪ ପଏଣ୍ଟ ହାସଲ କରିପାରିଛି ।  ଦଳର ନେଟ୍ ରନ୍ ରେଟ୍ ଗ୍ରୁପ୍-୨ରେ ସବୁଠୁ ଭଲ ରହିଛି । ଆଉ ଗୋଟିଏ ବିଜୟ ହାସଲ କଲେ ଆଫ୍‌ଗାନିସ୍ତାନ ମଧ୍ୟ ସେମିଫାଇନାଲ୍ ଯିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଟି-୨୦ ବିଶ୍ୱକପ୍ ପୂର୍ବରୁ ପ୍ରମୁଖ ଦାବିଦାର ଥିବା ଭାରତ ଏପର୍ଯ୍ୟନ୍ତ ବିଜୟ ଖାତା‌ ଖୋଲି ପାରିନଥିଲା ବେଳେ ୬ ଦଳୀୟ ଗ୍ରୁପ୍‌ର ପଞ୍ଚମ ସ୍ଥାନରେ ରହିଛି। ତା’ ଛଡ଼ା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିବା ପରେ ଭାରତୀୟ ଖେଳାଳିମାନେ ପ୍ରଶଂସକଙ୍କ ରୋଷର ଶିକାର ହୋଇଛନ୍ତି।

ଆଫ୍‌ଗାନିସ୍ତାନ ଦଳରେ ମହମ୍ମଦ ନବି ଏବଂ ରସିଦ ଖାନଙ୍କ ଭଳି ଖେଳାଳି ଅଛନ୍ତି। ଏମାନେ ନିଶ୍ଚିତ ଭାବେ ଭାରତୀୟ ଖେଳାଳିଙ୍କ ଦୋହଲି ଯାଇଥିବା ମନୋବଳର ଫାଇଦା ନେବାକୁ ‌ଚେଷ୍ଟା କରିବେ।  ଅଧିନାୟକ କୋହଲି ସମ୍ଭବତଃ ନିଜ ଟି-୨୦ ନେତୃତ୍ୱ ଜୀବନର ଶେଷ ୩ ମ୍ୟାଚ୍ ଖେଳିବା ବାକି ରହିଛି। ପୁଣି ରବିଚନ୍ଦ୍ରନ୍‌ ଅଶ୍ୱିନିଙ୍କ ଦଳରେ ନେବା ଏବଂ ତାଙ୍କୁ ମ୍ୟାଚ୍‌ ନ ଖେଳାଇବା ନେଇ ବିବାଦ ଦେଖା ଦେଇଛି। ସେହିଭଳି ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ଶର୍ମାଙ୍କ ବ୍ୟାଟିଂ ସ୍ଥାନ ବଦଳାଇବାକୁ ନେଇ କୋହଲି ପୂର୍ବତନ ଭାରତୀୟ କ୍ରିକେଟରଙ୍କଠାରୁ କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି । ତେବେ ବର୍ତ୍ତମାନର ପରିସ୍ଥିତିକୁ ପ୍ରଶଂସକ ୨୦୦୭ ବିଶ୍ୱକପର ପରିସ୍ଥିତି ସହ ମଧ୍ୟ ତୁଳନା କଲେଣି ।

ଏଥିସହିତ ପଢ଼ନ୍ତୁ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଅଧିନାୟକତ୍ୱ କରିବେ କେଏଲ୍ ରାହୁଲ

Latest Posts

Don't Miss