ଦେଶର ରାଷ୍ଟ୍ରପତି ହେବେ ଓଡ଼ିଶା ଝିଅ, ଛୁଟିଲାଣି ଶୁଭେଛା

ନନ୍ଦିଘୋଷ ବ୍ୟୁରୋ: ନ, ଗୁରୁବାର ପ୍ରକାଶ ପାଇବ ଫଳାଫଳ । ସମର୍ଥନ ଦୃଷ୍ଟିରୁ ଦେଖିବାକୁ ଗଲେ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ  । ରାଇସିନାରେ ମୁର୍ମୁ ବସିବା ଏକ ପ୍ରକାର ସ୍ପଷ୍ଟ  ।  କଂଗ୍ରେସକୁ ଛାଡି ଦେଶର ୪୦ରୁ ଅଧିକ ଦଳ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ ଦେଇଛନ୍ତି । ବିଜେଡି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ପଠାଇବା ପାଇଁ ଜୋରଦାର ପ୍ରୟାସ କରିଛି । ନବୀନ ନିଜେ ଏଥିପାଇଁ ଦମ ଲଗାଇ ଦେଇଥିଲେ ।

ଦଳମତ ନିର୍ବିଶେଷରେ ସମସ୍ତ ଓଡିଆ ଏମପି ଓ ସାଂସଦଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ । ତେବେ ୬୦ ପ୍ରତିଶତରୁ ଅଧିକ ଭୋଟ ଦ୍ରୌପଦୀ ମୁର୍ମୁଙ୍କୁ ମିଳିବ ବୋଲି ଆଶା କରାଯାଉଛି । ବିରୋଧୀଙ୍କ ପ୍ରାର୍ଥୀ ଯଶବନ୍ତ ସିହ୍ନା ଦ୍ରୌପଦୀ ମୁର୍ମୁଙ୍କୁ କଡା ଟକ୍କର ନଦେଲେ ତାଙ୍କୁ ଅଳ୍ପ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିବ ।ପାଖାପାଖି ୪୦ ପ୍ରତିଶତ ଭୋଟ୍‌ ଯଶବନ୍ତ ସିହ୍ନାଙ୍କୁ ମିଳିପାରେ । ନିର୍ବାଚନ ପାଇଁ ମୋଟ୍‌ ବିଧାୟକ ଓ ସାଂସଦଙ୍କ ଭୋଟର ମୁଲ୍ୟ ରହିଛି ୧୦ ଲକ୍ଷ ୮୬ ହଜାର ୪୩୧ ।

ଅନ୍ୟ ନିର୍ବାଚନ ଭଳି ଏଥିରେ ମଧ୍ୟ ୫୦ ପ୍ରତିଶତ ଭୋଟ ମିଳିଲେ ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯିବ । ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ସର୍ବୋଚ୍ଚ ସ୍ଥାନରେ ଅଧିଷ୍ଠିତ ହେବେ । ଆସନ୍ତା ୨୫ରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ଶେଷ ହେବ ।