ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ ନାଗରତ୍ନା, କଲେଜିୟମ ସୁପାରିସକୁ ମଞ୍ଜୁରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୯ ଜଣ ବିଚାରପତି ଯୋଗଦେବା ସଂକ୍ରାନ୍ତ କଲେଜିୟମ ସୁପାରିସକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ଫଳରେ ଦେଶରେ ପ୍ରଥମ ଥର ଲାଗି ଜଣେ ମହିଳା ପ୍ରଧାନ ବିଚାପତି ହେବା ସମ୍ଭାବନା ଦେଖା ଦେଇଛି । ଏହି ୯ ଜଣ ବିଚାରପତି ମଧ୍ୟରେ ରହିଛନ୍ତି କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାପତି ଜଷ୍ଟିସ ଏଏସ ଓକା ଓ ଜଷ୍ଟିସ ବିଭି ନାଗରତ୍ନା, ତେଲଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି, ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିକ୍ରମନାଥ, ସିକ୍କିମ  ।

ସେହିପରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଜେକେ ମାହେଶ୍ବରୀ, କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସିଟି ରବିକୁମାର, ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏମଏମ ସୁନ୍ଦ୍ରେଶ, ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବେଳା ଏମ ତ୍ରିବେଦୀ ପ୍ରମୁଖ । ଜଣେ ବରିଷ୍ଠ ଆଇନଜୀବୀ ପିଏସ ନରସିଂହ୍ମା ମଧ୍ୟ ଏହି ପଦକୁ ଉନ୍ନୀତ ହୋଇଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ଏହି କମିଟିରେ ତିନି ଜଣ ମହିଳା ବିଚାରପତିଙ୍କ ନାମ ସାମିଲ ରହିଛି । ବର୍ତ୍ତମାନ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା 24 ରହିଛି । ଏମାନଙ୍କ ମଧ୍ୟରୁ ଜଷ୍ଟିସ ନାଗରତ୍ନା ଦେଶର ପ୍ରଧାନ ବିଚାରପତି ହେବା ଆଶା ରହିଛି । 1950 ଜାନୁଆରୀ 26ରେ ପ୍ରତିଷ୍ଠିତ ସୁପ୍ରିମକୋର୍ଟରେ ଆଜିଯାଏଁ ମାତ୍ର 8 ଜଣ ମହିଳା ବିଚାରପତି ନିଯୁକ୍ତି ପାଇଛନ୍ତି । ଦେଶର ପ୍ରଥମ ମହିଳା ବିଚାରପତି ଥିଲେ 1989ରେ ନିଯୁକ୍ତ ଏମ. ଫାତିମା ବିବି  । କିନ୍ତୁ ଦେଶରେ ଆଜି ପର୍ଯ୍ୟନ୍ତ କୌଣସି ମହିଳା ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇ ନାହାଁନ୍ତି  ।

ଯଦି ଜଷ୍ଟିସ ବିଭି ନାଗରତ୍ନାଙ୍କୁ ପ୍ରଧାନ ବିଚାରପତି ଦାୟିତ୍ୱ ମିଳେ, ତେବେ ସେ ହେବେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି  । ଗୋଟେପଟେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ୯ଜଣ ବିଚାରପତି ଯୋଗଦେବା ପ୍ରସ୍ତାବକୁ ସୁପାରିସ ଦେଇଛନ୍ତି  । ତେଣୁ ଆଗାମୀ ଦିନରେ ଏହି ୯ ଜଣିଆ କମିଟି ସ୍ଥାନିତ ହେବା ନେଇ ଆଶଙ୍କା କରାଯାଉଛି  । ତେବେ ଏହି କମିଟିରେ ତିନି ଜଣ ମହିଳା ବିଚାରପତିଙ୍କ ନାମ ରହିଥିବାବେଳେ ଜଷ୍ଟିସ ନାଗରତ୍ନା ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇବା ନେଇ ଚର୍ଚ୍ଚା ହେଉଛି  ।

Leave a Reply