ଆସନ୍ତା ମାସରେ ଭାରତକୁ ମିଳିବ ୧୦ କୋଟି କରୋନା ଟିକା

ନୂଆଦିଲ୍ଲୀ: କରୋନା କାଳରେ ଆସିଲା ଭଲ ଖବର । ଆସନ୍ତା ମାସରେ ଭାରତକୁ ମିଳିବ କରୋନା ଟିକା । ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରୁଥିବା ଆଷ୍ଟ୍ରେଜେନିକା ଟିକା ଆସନ୍ତା ମାସରେ ଆସିବା ନେଇ ସୂଚନା ଦେଇଛନ୍ତି ସେରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଆଦାର ପୁନାଓ୍ୱାଲା । ଆସନ୍ତା ଡିସେମ୍ବରରେ ମିଳିବ ୧୦ କୋଟି କରୋନା ଟିକା । ଏବେ ଟିକାର ପ୍ରସ୍ତୁତି ଜାରି ରହିଥିବାବେଳେ ଡିସେମ୍ବରରେ ଏହାକୁ ମିଳିପାରେ ଜରୁରିକାଳୀନ ଅନୁମତି । ଏ ନେଇ ପ୍ରଚୁର ମାତ୍ରାରେ ଟିକା ପ୍ରସ୍ତୁତ ଜାରି ରହିଛି । ଗତ ଦୁଇ ମାସ ମଧ୍ୟରେ 4 କୋଟି ଟିକା ଡୋଜ୍ ପ୍ରସ୍ତୁତ ଶେଷ ହୋଇଛି । ଆସନ୍ତା ମାସରେ ପ୍ରସ୍ତୁତ ହେବାକୁ ଥିବା 10 କୋଟି ଟିକା ଭାରତୀୟଙ୍କୁ ମିଳିବା ନେଇ ଲକ୍ଷ୍ୟ ରଖିଛି ସେରମ ଇନଷ୍ଟିଚ୍ୟୁଟ । ପ୍ରଥମେ ଭାରତୀୟଙ୍କୁ ଟିକା ମିଳି ସାରିବା ପରେ ଆସନ୍ତା ବର୍ଷରେ ବିଦେଶକୁ ଏହି ଟିକା ରପ୍ତାନି କରାଯିବ ବୋଲି ଆଦାର ପୁନାଓ୍ବାଲା କହିଛନ୍ତି । ବ୍ରିଟେନରେ ଆଷ୍ଟ୍ରେଜେନିକାକୁ ଅନୁମତି ମିଳି ସାରିବେ ପରେ ଭାରତରେ ଅନୁମତି ମିଳିବ ବୋଲି ଜଣାପଡିଛି । ସାରା ବିଶ୍ବରେ ଟିକା ବଣ୍ଟନ ଉପରେ ଜୋର ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
ଖୋର୍ଦ୍ଧା ପରେ ଏବେ ଅସ୍ତରଙ୍ଗରେ ଏକର ଏକର ଜମି ଓଡ଼ିଶା ଇନଫ୍ରାଟେକ କିଣିଥିବା ଅଭିଯୋଗ