spot_img

Latest Posts

ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତର ଝଟକା, ଆମେରିକାରୁ କିଣାଯିବନି AMCA ଲଢୁଆ ବିମାନ ପାଇଁ ଇଞ୍ଜିନ୍

ନନ୍ଦିଘୋଷ ବ୍ୟୁରୋ ; ଭାରତ ଲଢୁଆ ବିମାନ ଇଞ୍ଜିନ୍ ତିଆରି ଦିଗରେ ଆତ୍ମନିର୍ଭରଶୀଳ ହେବ । ଫ୍ରାନ୍ସ ସହିତ ସହଯୋଗରେ, ଭାରତ ଏହାର ସ୍ୱଦେଶୀ ପଞ୍ଚମ ପିଢ଼ିର ଷ୍ଟିଲଥ ଲଢୁଆ ବିମାନ ପାଇଁ ଏକ ନୂତନ ଶକ୍ତିଶାଳୀ ଜେଟ୍ ଇଞ୍ଜିନ୍ ବିକଶିତ କରିବ । ଯାହା ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବ। ଭାରତ ଓ ଫ୍ରାନ୍ସର ପ୍ରସିଦ୍ଧ କମ୍ପାନୀ ସାଫ୍ରାନ୍ ମିଳିତ ଭାବରେ ଏକ ଶକ୍ତିଶାଳୀ ୧୨୦ କିଲୋନ୍ୟୁଟନ୍ ଇଞ୍ଜିନ୍ ତିଆରି କରିବେ । ଯାହା ଭାରତୀୟ ବାୟୁସେନାକୁ ହାଇପର ପାୱାର ଦେବ। ଭାରତର ଏହି ପଦକ୍ଷେପ କରେ ଆମେରିକାକୁ ଏକ ବଡ ଝଟକା ଲାଗିଛି ।  କାରଣ ଟ୍ରମ୍ପ ପ୍ରଶାସନ ଏହି ପ୍ରକଳ୍ପ ଆଶା କରୁଥିଲା। ଆମେରିକା ଭାବିଥିଲା ​​ଯେ ଭାରତ ଏହି ପ୍ରକଳ୍ପ ପାଇଁ GE 414 ଇଞ୍ଜିନ୍ କିଣିବ, କିନ୍ତୁ ଭାରତ ସାଫ୍ରାନ୍ ସହିତ ଚୁକ୍ତି ଚୂଡ଼ାନ୍ତ କରିଛି।

ଡିଆରଡିଓ ଖୁବଶୀଘ୍ର ଏହି ପ୍ରକଳ୍ପକୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିକୁ ଅନୁମୋଦନ ପାଇଁ ପଠାଇବ। ଏହି ପ୍ରକଳ୍ପରେ, ଫରାସୀ କମ୍ପାନୀ ସାଫ୍ରାନ୍ ଭାରତକୁ ଶତ ପ୍ରତିଶତ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର କରିବ । ଯାହା ଦ୍ଵାରା ନୂତନ ୧୨୦ କିଲୋନ୍ୟୁଟନ୍ ଇଞ୍ଜିନକୁ ଭାରତରେ ବିକଶିତ, ଡିଜାଇନ୍, ପରୀକ୍ଷଣ, ପ୍ରମାଣିତ ଓ ଉତ୍ପାଦନ କରାଯାଇପାରିବ। ଏକ ରିପୋର୍ଟ ଅନୁଯାୟୀ, ଜଣେ ଅଧିକାରୀ କହିଛନ୍ତି, ଡିଆରଡିଓ ସଫ୍ରାନର ପ୍ରସ୍ତାବକୁ ଅନୁମୋଦନ କରିଛି । ଯାହା ଭାରତରେ ପୂର୍ବରୁ ବିଭିନ୍ନ ପ୍ରକାରର ହେଲିକପ୍ଟର ଇଞ୍ଜିନ ତିଆରି କରେ। ଏହା ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ AMCA ପାଇଁ ସର୍ବୋତ୍ତମ ବିକଳ୍ପ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଦି ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମରେ ଭାଷଣ ଦେବା ସମୟରେ ଏହି ପ୍ରକଳ୍ପକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଆମେ ଆମର ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ନିର୍ମାଣ ଦିଗରେ ପଦକ୍ଷେପ ନେଇଛୁ। ଆମେ ଭାରତରେ ହିଁ ଜେଟର ଇଞ୍ଜିନ ନିର୍ମାଣ କରିବା ଦିଗରେ ମଧ୍ୟ ଆଗକୁ ବଢ଼ିଛୁ। ଆମେ ଫରାସୀ କମ୍ପାନୀ ସାଫ୍ରାନ ସହିତ ମିଳିତ ଭାବରେ ଭାରତରେ ଇଞ୍ଜିନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛୁ।

ଏହି ପ୍ରକଳ୍ପ ପାଇଁ ୟୁକେର ରୋଲ୍ସ ରୟସ୍ ଏବଂ ଆମେରିକାର GE ଭଳି ବଡ଼ ବଡ଼ କମ୍ପାନୀଗୁଡ଼ିକ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ।

Latest Posts

Don't Miss