୧୧୪ ରାଫେଲ କିଣିବ ଭାରତ, ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପ୍ରସ୍ତାବ ଚୂଡାନ୍ତ କରିବ ଡିଏସି
ନନ୍ଦିଘୋଷ ବ୍ୟୁରୋ: ଫ୍ରାନ୍ସଠାରୁ ୧୧୪ ରାଫେଲ କିଣିବ କରିବ ଭାରତ । ଚଳିତ ମାସର ଶେଷ ଭାଗରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ଭାରତ ଗସ୍ତ ପୂର୍ବରୁ ଏହି ପ୍ରସ୍ତାବକୁ ଚୂଡ଼ାନ୍ତ କରିବ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବା ଡିଏସି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଡିଏସି ବୈଠକ ବସିବ । ଏଥିରେ ରାଫେଲ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।
ରାଫେଲ ଆଣିବା ପ୍ରସ୍ତାବକୁ ମଞ୍ଜୁର କରିସାରିଛି ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଥିବା ଡିଫେନ୍ସ ପ୍ରକ୍ୟୁରମେଣ୍ଟ ବୋର୍ଡ ବା ଡିପିବି । ଗତ ମାସରେ ବସିଥିବା ଡିପିବି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିଲା । ଯଦି ରାଫେଲ କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ମିଳେ ତେବେ ପ୍ରାୟ ୩ ଲକ୍ଷ ୨୫ ହଜାର କୋଟି ଟଙ୍କାର ରାଫେଲ କ୍ରୟ କରାଯିବ । ଭାରତୀୟ ବାୟୁସେନାରେ ଶକ୍ତିଶାଳୀ ଲଢୁଆ ବିମାନର ଅଭାବକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଭାରତୀୟ ବାୟୁସେନା ଲାଗି ୪୨ଟି ଲଢୁଆ ବିମାନ ଆବଶ୍ୟକ ଥିବାବେଳେ ରହିଛି ୨୯ଟି । ପ୍ରସ୍ତାବିତ ୧୧୪ଟି ରାଫେଲ ମଧ୍ୟରୁ ନିର୍ମିତ ହୋଇସାରିଥିବା ୧୮ଟି ବିମାନକୁ ଉଡ଼ାଣ ଜରିଆରେ ଅଣାଯିବ । ଅବଶିଷ୍ଟ ବିମାନଗୁଡିକ ଭାରତରେ ତିଆରି ହେବ । ପ୍ରାୟ ୮୦ ପ୍ରତିଶତ ରାଫେଲ ଭାରତରେ ତିଆରି ହେବ ବୋଲି ସୂଚନା ମିଳିଛି ।

