ସ୍ପୁଟନିକ୍-ଭି ଭ୍ୟାକ୍ସିନ ସହ ଯୋଡି ହେବ ଭାରତ,ଦେଶରେ ହେବ ଋଷ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

1 min read

ନୂଆଦିଲ୍ଲୀ: ଋଷ କରୋନା ବିରୋଧରେ ବାଜି ମାରିଛି ବୋଲି ଦାବି କରୁଛି । ଆମେରିକା କିମ୍ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମସ୍କୋ ଦାବିକୁ ଗମ୍ଭୀରତାର ସହ ନେଉ ନାହାନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନ ସ୍ପୁଟନିକ୍-ଭିକୁ ବାକି ଦେଶ ବିଶ୍ୱାସ କରୁନାହାନ୍ତି ।ଏଭଳି ଅନେକ ଦେଶ ଅଛନ୍ତି ଯେଉଁମାନେ ସ୍ପୁଟନିକ୍-ଭିକୁ ନେଇ ଉତ୍ସାହ ଦେଖାଇଛନ୍ତି । ସେହି ଦେଶଙ୍କ ତାଲିକାରେ ଭାରତ ମଧ୍ୟ ରହିଛି ।

sputnikv website

ଭାରତରେ ଏହି ଋଷୀୟ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ହେବ ବୋଲି ଜଣା ପଡିଛି । ଭାରତ ସମେତ ସାଉଦି ଆରବ,ମିଳିତ ଆରବ ଏମିରତ,ବ୍ରାଜିଲ ଓ ଫିଲିପାଇନ୍ସରେ ଏହାର ଥାର୍ଡ ଫେଜ୍ ପରୀକ୍ଷା ହେବ । ଏହି ସବୁ ଦେଶ  ଏଥିପାଇଁ ସବୁଜ ସଂକେତ ଦେଇଛନ୍ତି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ସ୍ପୁଟନିକର ବ୍ୟାପକ ଉତ୍ପାଦନ ଆରମ୍ଭ ହେବ ।

ଋଷ ଡାଇରେକ୍ଟ ଇନଭେଷ୍ଟମେଣ୍ଟ୍ ଫଣ୍ଡ୍ (RDIF) ସିଇଓ କିରିଲି ଦିମିତ୍ରିଭ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଚିହ୍ନଟ ହୋଇଥିବା ଦେଶ ହେଉଛନ୍ତି ଭାରତ,ଦ.କୋରିଆ,ବ୍ରାଜିଲ,ସାଉଦି ଆରବ,ତୁର୍କି ଓ କ୍ୟୁବା । ୨୦୨୦ ଶେଷ ସୁଧା ଦୈନିକ ୨୦ କୋଟି ଭ୍ୟାକ୍ସିନ ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଋଷ ପାଇଁ ୩୦ କୋଟି ଭ୍ୟାକ୍ସିନ ଡୋଜ୍ ସଂରକ୍ଷିତ ରଖିବା ପରେ ବାକି ବିଶ୍ୱର ଅନ୍ୟ ଦେଶଙ୍କୁ ଦିଆଯିବ । ଭାରତ ସେହି ୨୦ ଦେଶଙ୍କ ମଧ୍ୟରୁ ଅନ୍ୟତମ ଯିଏ ସ୍ପୁଟନିକ୍-ଭି ନେଇ ନିଜ ଇଛା ଜାହିର କରିଥିଲା । ଦିମିତ୍ରିଭଙ୍କ ଅନୁସାରେ ପ୍ରଥମ ଦୁଇ ପର୍ଯ୍ୟାୟର ଟେଷ୍ଟ ରିପୋର୍ଟକୁ ଆସନ୍ତା ମାସରେ ପ୍ରକାଶ କରାଯିବ ।

sputnik

ଭାରତ ଓ ଆମେରିକା ମଧ୍ୟରେ ଟିକା ତଥା ଅନ୍ୟ ଔଷଧ ବିତରଣକୁ ନେଇ ପୂର୍ବ ଅଭିଜ୍ଞତା ରହିଛି । ତେବେ ଋଷର ଏହାକୁ ନେଇ ସେତେଟା ଅଭିଜ୍ଞତା ନାହିଁ  । ତେଣୁ ଋଷ ଭାରତର ସାହାଯ୍ୟ ନେବାର ସମ୍ଭାବନା ରହିଛି ।  ଭାରତର ସିରମ ଇନଷ୍ଟିଚ୍ୟୁଟ୍,ପାନେକା ବାୟୋଟେକ୍,ଶାନ୍ତା ବାୟୋଟେକ୍ ଓ ବାୟୋଲଜିକାଲ-ଇ ଲିମିଟେଡ୍ ଋଷ କରୋନା ଭ୍ୟାକ୍ସିନ୍ ତିଆରି ଅର୍ଡର ନେବା ପାଇଁ ପ୍ରତୀକ୍ଷାରେ ଥିବା କୁହାଯାଉଛି ।

 

Leave a Reply