WTC Final: ଚୂଡ଼ାନ୍ତ ଏକାଦଶ ଘୋଷଣା କଲା ଭାରତ, ଓପନିଂ କରିବେ ରୋହିତ ଓ ଗିଲ୍

1 min read
India Team Playing 11 For World Test Championship Final Against New Zealand

ବ୍ରିଟେନ୍: ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମୁକାବିଲା । ଏଥିପାଇଁ ଭାରତୀୟ ଦଳ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି । ଦଳର ଅଧିନାୟକ ବିରାଟ କୋହଲି ଫାଇନାଲ ମୁକାବିଲାର ଦିନକ ପୂର୍ବରୁ ୧୧ ଖେଳାଳିଙ୍କ ନାଁ ଘୋଷଣା କରିଛନ୍ତି । ଏହି ମୁକାବିଲାରେ ଭାରତ ତିନିଜଣ ପ୍ରେସର ଓ ୨ ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ।

India Team Playing 11 For World Test Championship Final Against New Zealand

ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯିବାକୁ ଥିବା ଐତିହାସିକ ମ୍ୟାଚରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଓପନିଂ କରିବେ । ଅଷ୍ଟ୍ରେଲିଆ ଗସ୍ତରେ ଗିଲ୍ ବେଶ୍ ଭଲ ପ୍ରଦର୍ଶନ କରିଥିଲେ । ଗାବାରେ ୯୧ ରନର ବିଜୟୀ ଇନିଂସ ଖେଳିଥିଲେ ଗିଲ୍ । ତା’ପରଠାରୁ ଲଗାତାର ଟେଷ୍ଟ ଟିମରେ ସାମିଲ୍ ଅଛନ୍ତି ଗିଲ୍ ।

ଚୂଡ଼ାନ୍ତ ଏକାଦଶରେ ଋଷଭ ପନ୍ତଙ୍କୁ ସ୍ଥାନ ମିଳିଛି । ପନ୍ତ ଅଷ୍ଟ୍ରେଲିଆ ଗସ୍ତ ଓ ଘରୋଇ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ସାଉଥମ୍ପଟନରେ ୨ ସ୍ପିନରଙ୍କୁ ନେଇ ଭାରତ ଟେଷ୍ଟ ମ୍ୟାଚ ଖେଳିବ । ଦଳରେ ରବୀନ୍ଦ ଜାଡ଼େଜା ଓ ଅଶ୍ୱିନଙ୍କୁ ସାମିଲ୍ କରାଯାଇଛି । ସେହିଭଳି ପ୍ରେସର ବୋଲର ଭାବେ ଦଳରେ ଇଶାନ୍ତ ଶର୍ମା, ମହମ୍ମଦ ସାମି ଓ ଜସପ୍ରୀତ ବୁମରା ଅଛନ୍ତି ।

ଚୂଡ଼ାନ୍ତ ଏକାଦଶ: ଶୁଭମନ ଗିଲ୍, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ଆର୍ ଅଶ୍ୱିନ, ଇଶାନ୍ତ ଶର୍ମା, ଜଶପ୍ରୀତ ବୁମରା ଓ ମହମ୍ମଦ ସାମି ।

Leave a Reply