କାଶ୍ମୀରରେ G-20 ଦେଶର ପ୍ରତିନିଧି, ବିଫଳ ହେଲା ଚୀନ୍ ଓ ପାକିସ୍ତାନର ଚାଲ୍

1 min read

କାଶ୍ମୀର: କାଶ୍ମୀରକୁ ନିଜର କହି ଲଗାତାର ବୈଶ୍ୱିକ ସ୍ତରରେ ଦାବି କରିଆସୁଥିବା ପାକିସ୍ତାନକୁ ଭାରତ କୂଟନୈତିକ ସ୍ତରରେ ଏକ ଶକ୍ତ ଚାପୁଡ଼ା ଦେଇଛି । କାଶ୍ମୀରରେ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ କରି ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ । ଜି-୨୦ ଶିଖର ସମ୍ମିଳନୀ ଆଧାରରେ ଭାରତ ଟୁରିଜିମ ୱାର୍କିଂ ଗ୍ରୁପର ତୃତୀୟ ବୈଠକର ଆୟୋଜନ ଜମ୍ମୁ କାଶ୍ମୀରର ଶ୍ରୀନଗରରେ କରିଛି । ଭାରତର ଏହି ନିଷ୍ପତ୍ତି ଦ୍ୱାରା ଚିତପଟାଙ୍ଗ ହୋଇଯାଇଛି ପାକିସ୍ତାନ । ପାକିସ୍ତାନ ଏବଂ ଚୀନର ଜୋରଦାର ବିରୋଧ ସତ୍ତ୍ୱେ କାଶ୍ମୀରରେ ଜି୨୦ ବୈଠକ ସଫଳ ହେଉଥିବାର ଦେଖାଯାଇଛି ।

ପାକିସ୍ତାନ ବହୁତ ଉଦ୍ୟମ କରିଥିଲା ଯେ କାଶ୍ମୀରକୁ ନେଇ ତାର ପ୍ରୋପାଗଣ୍ଡାକୁ ଅନ୍ୟ ଦେଶଗୁଡିକର ମଧ୍ୟ ସମର୍ଥନ ମିଳୁ । ହେଲେ ପାକିସ୍ତାନ ଖାଲି ହାତରେ ରହିଯାଇଛି । ପାକିସ୍ତାନ କଥାରେ ଚୀନ୍ ଏହି ବୈଠକରେ ଭାଗ ନେବାକୁ ମନା କରିଦେଇଛି । ଚୀନ୍ ବୈଠକରେ ବାଧା ଦେବାକୁ ଉଦ୍ୟମ ମଧ୍ୟ କରିଥିଲା । ସେ କହିଥିଲା ଯେ ସେ କୌଣସି ବିବାଦୀୟ ଅଞ୍ଚଳରେ ଆୟୋଜିତ ବୈଠକକୁ ବିରୋଧ କରୁଛି । ଚୀନ୍ ବ୍ୟତୀତ କେବଳ ଦୁଇଟି ଦେଶ ତୁର୍କୀ ଏବଂ ସାଉଦି ଆରବ ବୈଠକକୁ ନେଇ ଆପତ୍ତି ଜଣାଇଥିଲେ । ମୋଟ ଏହି ତିନି ଦେଶକୁ ଛାଡ଼ିଦେଲେ ଆମେରିକା, ରୁଷ୍, ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ୟୁରୋପୀୟ ସଂଘ ଏବଂ ଦକ୍ଷିଣ ଆଫ୍ରିକା ଭଳି ୧୭ ଶକ୍ତିଶାଳୀ ଦେଶ ଏହି ବୈଠକ ପ୍ରତି ସମର୍ଥନ ଦେଇଥିଲେ ।

ଏହି ୧୭ ଦେଶରୁ ୬୦ରୁ ଅଧିକ ପ୍ରତିନିଧି ଦଳ ଭାରତରେ ପହଞ୍ଚିଛନ୍ତି । ଶ୍ରୀନଗରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଭାରତର ଆତିଥ୍ୟରେ ସେମାନେ ଅଭିଭୂତ ହୋଇଛନ୍ତି । ଶ୍ରୀନଗରରେ ହେଉଥିବା ଜି-୨୦ର ଏହି ବୈଠକ ଅନେକ ଦିଗରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ଏହା ପ୍ରଥମ ବଡ଼ ଆୟୋଜନ ଅଟେ । ଏହି ବୈଠକକୁ ୱାର୍କିଂ ଗ୍ରୁପର ପ୍ରଥମ ଦୁଇଟି ବୈଠକ ମୁକାବିଲାରେ ସବୁଠୁ ଅଧିକ ଦେଶ ଆସୁଛନ୍ତି । ଏହି ବୈଠକକୁ ସାରା ବିଶ୍ୱରୁ ମିଳୁଥିବା ସମର୍ଥନ ଭାରତର ମଜବୁତ ସ୍ଥିତିକୁ ଦର୍ଶାଉଛି । କାଶ୍ମୀରରେ ହେଉଥିବା ଏହି ବୈଠକ କୂଟନୈତିକ ସ୍ତରରେ ଭାରତ ପାଇଁ ବଡ଼ ସଫଳତା ଅଟେ । ଏହାଦ୍ୱାରା କାଶ୍ମୀର ଉପରେ ପାକିସ୍ତାନର ପକ୍ଷ କମଜୋର ହେବ ଏବଂ କାଶ୍ମୀର ଉପରେ ଭାରତର ନିଷ୍ପତ୍ତିକୁ ମାନ୍ୟତା ମିଳିବ ।

ଏହା ବ୍ୟତୀତ କାଶ୍ମୀରରେ ସାମାନ୍ୟ ହେଉଥିବା ସ୍ଥିତି ମଧ୍ୟ ଦେଖିବ ବିଶ୍ୱ । ଶ୍ରୀନଗରରେ ଅନେକ ଦିନ ହେବ ସାଂସ୍କୃତିକ କାର୍ଯ୍ୟକ୍ରମର ଚମତ୍କାର ପ୍ରସ୍ତୁତି କରାଯାଉଛି । ସାରା ସହରରେ କଲରଫୁଲ ପୋଷ୍ଟର ଲଗାଯାଇଛି, ଯେଉଁଥିରେ ସରକାରଙ୍କ ଯୋଜନାର ଉଲ୍ଲେଖ କରାଯାଇଛି । ସେହି ସବୁ ଦେଶଗୁଡ଼ିକର ପୋଷ୍ଟର ମଧ୍ୟ ଲଗାଯାଇଛି ଯେଉଁମାନେ ଏହି ବୈଠକରେ ସାମିଲ ହେଉଛନ୍ତି । ଶ୍ରୀନଗରରେ ଆୟୋଜିତ ଏହି ବୈଠକକୁ ନେଇ ଜବରଦସ୍ତ ପ୍ରସ୍ତୁତି କରାଯାଇଛି । ସେନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ସିଆରପିଏଫର ମାର୍କୋସ କମାଣ୍ଡୋ ମୁତୟନ କରାଯାଇଛି । ଏହି କମାଣ୍ଡରମାନେ ଦୀର୍ଘଦିନ ହେବ ସୁରକ୍ଷା ଡ୍ରିଲ କରୁଛନ୍ତି । ଏହା ବ୍ୟତୀତ ମରିନ କମାଣ୍ଡୋ ସହ ଏନଏସଜି କମାଣ୍ଡୋ ମଧ୍ୟ ନିୟୋଜିତ ଅଛନ୍ତି । ଏହା ସହିତ ସଶସ୍ତ୍ର ସୁରକ୍ଷାକର୍ମୀ ସବୁଆଡ଼େ ସତର୍କ ନଜର ରଖିଛନ୍ତି ।