’ଟାର୍ଗେଟ୍ କିଲିଂ’ ପଛରେ ଭାରତ । ଜାଣନ୍ତୁ ପାକିସ୍ତାନର ଏଭଳି ମନ୍ତବ୍ୟକୁ ନେଇ କଣ ଜବାବ ରଖିଲା ଆମେରିକା
1 min readନନ୍ଦିଘୋଷ ବ୍ୟୁରୋ: ଭାରତ ଉପରେ ସାଙ୍ଘାତିକ ଆରୋପ ଲଗାଇଛି ପାକିସ୍ତାନ । ଭାରତ କରୁଛି ଟାର୍ଗେଟ କିଲିଂ । ଏଭଳି ଅଭିଯୋଗ ଆଣିଛି ପାକିସ୍ତାନ । ବ୍ରିଟିସ୍ ଖବରକାଗଜ ’ ଦ ଗାର୍ଜିୟନ’ରେ ପ୍ରକାଶିତ ରିପୋର୍ଟରେ ପାକିସ୍ତାନ ,ଭଳି ଆରୋପ ଲଗାଇଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ମୁହଁ ଖୋଲିଛି ଆମେରିକା ଆମେରିକାର ବୈଦେଶିକ ବିଭାଗ ପ୍ରବକ୍ତା ମ୍ୟାଥୁ ମିଲର କହିଛନ୍ତି କି, ଆମେ ଏହି ଘଟଣାକୁ ବିଚାର କରୁଛୁ ଏବଂ ବୁଝୁଛୁ । ତେବେ ଏହା ଉପରେ ଆମର କୌଣସି ପ୍ରତିକ୍ରିୟା ରହିବ ନାହିଁ । ଆମେ କାହାକୁ ସମର୍ଥନ କରୁନାହୁଁ । ଏଥିରେ ଆମର ପଡ଼ିବାର ନାହିଁ । ସେପଟେ ରିପୋର୍ଟରେ ପ୍ରକାଶ ପାଇଛି କି, ଭାରତ ୨୦୨୦ରୁ ଏଯାବତ ୨୦ ଟାର୍ଗେଟ କିଲିଂ କରିଛି । ତେବେ ଏହାର ଉତ୍ତର ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ସେ କହିଛନ୍ତି ଏହା ସମ୍ପୂର୍ଣ୍ଣ ମିଛି । ଟାର୍ଗେଟ କିଲିଂ କରିବା ଭାରତର ନୀତି ନୁହେଁ । ଅନ୍ୟପଟେ ଏହାର ଉତ୍ତର ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି କି, ଭାରତ ସବୁବେଳେ ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦେଇଛି । ଭାରତ କେବେ କେଉଁ ଦେଶ ଉପରେ ଆକ୍ରମଣ କରିନାହିଁ । କିନ୍ତୁ ଆତଙ୍କବାଦୀଙ୍କ ଘରେ ପଶି ସେମାନଙ୍କୁ ନିପାତ କରିଛି । ତେବେ ଯଦି କେହି ଭାରତର ଶାନ୍ତି ଭାଙ୍ଗିବାକୁ ଚେଷ୍ଟା କରେ ତାହେଲେ ଭାରତ କେବେ ଛାଡ଼େ ନାହିଁ ।
#WATCH | On being asked about the United States' position on Pakistan's allegations against India about carrying out state killings in Pakistan, US State Department Spokesperson Matthew Miller says, "So we have been following the media reports about this issue. We don't have any… pic.twitter.com/vwaKjkvK0Q
— ANI (@ANI) April 9, 2024