ଆତଙ୍କବାଦ ବିରୋଧରେ ଫ୍ରାନ୍ସକୁ ଭାରତର ସମର୍ଥନ: ମାକ୍ରୋନଙ୍କ ସମାଲୋଚନାକୁ ଭାରତର ନାପସନ୍ଦ

ନୂଆଦିଲ୍ଲୀ: ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ନିଜ ଟିପ୍ପଣୀ ଲାଗି ବିଭିନ୍ନ ଦେଶ ଦ୍ୱାରା ସମାଲୋଚିତ ହୋଇଛନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଉପରେ ଏଭଳି ବ୍ୟକ୍ତିଗତ ଆକ୍ରମଣକୁ ନାପସନ୍ଦ କରିଛି ଭାରତ । ମାକ୍ରୋନଙ୍କ ବିରୋଧରେ ଏଭଳି ଆକ୍ରମଣ ଗ୍ରହଣୀୟ ନୁହେଁ ବୋଲି ଭାରତ ସ୍ପଷ୍ଟ କରିଛି । ଏହାସହ ଭାରତରେ ଫ୍ରାନ୍ସ ଶିକ୍ଷକଙ୍କୁ ନିର୍ମମ ଭାବେ ହତ୍ୟାକୁ ମଧ୍ୟ ନିନ୍ଦା କରାଯାଇଛି । ସରକାର ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ, ଏହି ଘଟଣା ସମଗ୍ର ବିଶ୍ୱକୁ ଚକିତ କରିଛି । ଆମେ ପୀଡ଼ିତଙ୍କ ପରିବାର ଏବଂ ଫ୍ରାନ୍ସର ଲୋକଙ୍କୁ ସମବେଦନା ଜଣାଉଛୁ । ସୂଚନାଯୋଗ୍ୟ ଯେ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ତାଙ୍କ ବିବୃତ୍ତିରେ ଚରମପନ୍ଥୀ ଇସଲାମକୁ ସମାଲୋଚନା କରିଥିଲେ ଏବଂ ଶିକ୍ଷକଙ୍କ ହତ୍ୟାକୁ ‘ଇସଲାମିକ ଆତଙ୍କବାଦୀଙ୍କ ଆକ୍ରମଣ’ ବୋଲି କହିଥିଲେ । ସେ କହିଥିଲେ ଯେ, ବର୍ତ୍ତମାନ ସେହି ଲୋକମାନେ ଭୟଭୀତ ହେବେ , ଯେଉଁମାନେ ଫ୍ରାନ୍ସର ଲୋକଙ୍କୁ ଭୟଭୀତ କରିବାକୁ ଚାହୁଁଛନ୍ତି ।

ଅନେକ ଦେଶରେ ମାକ୍ରୋନକୁ ବିରୋଧ

ମାକ୍ରୋନଙ୍କ ବିବୃତ୍ତିକୁ ନେଇ ବିଶ୍ୱରେ ଅନେକ ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ବାଂଲାଦେଶର ରାଜଧାନୀ ଢାକାରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଏହା ବିରୋଧରେ ପ୍ରଦର୍ଶନ କରିଥିଲେ । ଅନେକ ଆରବ ଦେଶଗୁଡ଼ିକ ଫ୍ରାନ୍ସର ଫ୍ରାନ୍ସର ସାମଗ୍ରୀକୁ ବହିଷ୍କାର କରିବା ଆରମ୍ଭ କରିଦେଇଛନ୍ତି । କୁଏତ, ଜୋଡାନ ଏବଂ କତାର କିଛି ଦୋକାନରୁ ଫରାସୀ ସାମଗ୍ରୀ ହଟାଇ ଦିଆଯାଇଛି । ଲିବିଆ, ସିରିଆ ଏବଂ ଗାଜାରେ ମଧ୍ୟ ଫ୍ରାନ୍ସ ବିରୋଧରେ ପ୍ରଦର୍ଶନ କରାଯାଇଛି ।

Leave a Reply