ଦିଲ୍ଲୀରେ ହିଟ୍ ଓ୍ୱେଭ୍ ଜାରି, ୭୨ ବର୍ଷର ରେକର୍ଡ ଭାଙ୍ଗିଲା ଏପ୍ରିଲ ତାପମାତ୍ରା

1 min read

ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଛି ତାପମାତ୍ରା । ଦିନ ୧୦ଟା ହେବା ମାତ୍ରେ ଜଳୁଛି ରାସ୍ତାଘାଟ । ଏପ୍ରିଲର ତାପମାତ୍ରା ଗତ ୭୨ ବର୍ଷର ରେକର୍ଡ ଭାଙ୍ଗିଥିବାବେଳେ ସହରବାସୀ ହନ୍ତସନ୍ତ ହେଉଛନ୍ତି । ତାପମାତ୍ରା ବୃଦ୍ଧି ଲାଗି ଆଜି ଦିଲ୍ଲୀରେ ଜାରି ହୋଇଛି ଅରେଞ୍ଜ ଆଲର୍ଟ ।  ଗତ କିଛିଦିନ ଧରି ଦିଲ୍ଲୀରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି । ଲୋକଙ୍କୁ ତାତିରୁ ମିଳୁନି ନିସ୍ତାର । ବିଭିନ୍ନ ସ୍ଥାନରେ ବେସାହାରା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାଁଭାଁ କେଉଁଠି ଜଳଛତ୍ର ଲୋକଙ୍କ ଲାଗି ସହାୟ ହେଉଛି । ଉତ୍ତରପ୍ରଦେଶର ଅନେକ ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ  ସେଲସିୟସ ରହିଥିବାବେଳେ ଏହାର ପ୍ରଭାବ ରାଜଧାନୀ ଦିଲ୍ଲୀ ଉପରେ ପଡ଼ୁଛି । ଦିଲ୍ଲୀରେ କେବଳ ଗତ ୨୧ ତାରିଖକୁ ବାଦ୍ ଦେଲେ ଅଧିକାଂଶ ଦିନର ତାପମାତ୍ରା ରହିଥିଲା ୩୫ ଡିଗ୍ରୀ ଉପରେ ରହିଥିଲା । ଏପ୍ରିଲ ୨୮ ଓ ୨୯ରେ ଦିଲ୍ଲୀରେ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ କରାଯାଇଥିଲା ।

[DISPLAY_ULTIMATE_SOCIAL_ICONS]