‘ଅଗ୍ନି ପ୍ରାଇମ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ; ଲକ୍ଷ୍ୟଭେଦ କ୍ଷମତା ୨ ହଜାର କିଲୋମିଟର
1 min readନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦ ଆଗେଇଲା ଭାରତ । ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରି ପ୍ରତିଦିନ ଭାରତ ଆଣବିକ କ୍ଷେତ୍ରରେ ତା’ର ଶକ୍ତି ବୃଦ୍ଧି କରୁଛି । ଓଡ଼ିଶାର ଭଦ୍ରକସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଆଣବିକ କ୍ଷମତା ସମ୍ପନ୍ନ ‘ଅଗ୍ନି ପ୍ରାଇମ’ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି ।
#WATCH | Today India successfully testfired the nuclear-capable strategic Agni Prime missile off the coast of Odisha from Balasore.
(Source: DRDO) pic.twitter.com/wSgWKOKtQG
— ANI (@ANI) December 18, 2021
ଅଗ୍ନି ପ୍ରାଇମ ମିସାଇଲ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ ହୋଇଛି । ଏହି ମିସାଇଲକୁ ଡିଆରଡିଓ ପକ୍ଷରୁ ନିର୍ମାଣ କରାଯାଇଛି । ଏହି ମିସାଇଲରେ ଅନେକ ପ୍ରକାର ନୂଆ ଫିଚର ଯୋଡା ଯାଇଥିବା ଡିଆରଡିଓ ପକ୍ଷରୁ ସୂଚନା ମିଳିଛି । ଅଗ୍ନି ପ୍ରାଇମ ମିସାଇଲର ଲକ୍ଷ୍ୟ ଭେଦ କ୍ଷମତା ୧୦୦୦ରୁ ୨୦୦୦ କିଲୋମିଟରର କ୍ଷମତା ରହିଛି ।
Defence Minister Rajnath Singh congratulated the DRDO for the successful flight test and expressed his happiness for the excellent performance of the system: DRDO
— ANI (@ANI) December 18, 2021
ଡିଆରଡିଓ ଏହି ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଗ୍ନି ପ୍ରାଇମରେ ଅନେକ ଅତ୍ୟାଧୁନିକ ଫିଚର ରହିଥିବା ନେଇ ଡିଆରଡିଓ ସୂଚନା ଦେଇଛି । ୪ ହଜାର କିଲୋମିଟର ଦୂର ଯାଇପାରୁଥିବା ଅଗ୍ନି-୪ ମିସାଇଲ ଓ ୫ ହଜାର କିଲୋମିଟର ଦୂର ଯାଇପାରୁଥିବା ଅଗ୍ନି-୫ର ପ୍ରଯୁକ୍ତି ସହ ଏହାର ନିର୍ମାଣ କରାଯାଇଛି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଯୁଦ୍ଧ ଜାହଜଗୁଡିକୁ ଅଗ୍ନି-ପ୍ରାଇମ ଜରିଆରେ ଟାର୍ଗେଟ କରାଯାଇପାରିବ ।