ଗୋଟେ ଦିନରେ ପାଞ୍ଚଟି ମ୍ୟାଚ୍, ଗୁରୁବାର କାନାଡ଼ାକୁ ଭେଟିବ ଭାରତ

1 min read

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ୱକପ୍‌ରେ ବୁଧବାର ପାଞ୍ଚଟି ମ୍ୟାଚ୍ ଖେଳାଯାଇଛି । ପ୍ରଥମ ମ୍ୟାଚରେ ବେଲଜିୟମ ବଡ଼ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚରେ ଜର୍ମାନୀର ବୃହତ ବିଜୟ ହୋଇଛି । ପାକିସ୍ତାନ ବିପକ୍ଷରେ ଜର୍ମାନୀ 5-2ରେ ବିଜୟ ହାସଲ କରିଛି । ପ୍ରତିଯୋଗିତା ତୃତୀୟ ମ୍ୟାଚ କାନାଡ଼ା ଓ ପୋଲାଣ୍ଡ ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ପୋଲାଣ୍ଡ 0-1 ଗୋଲରେ କାନାଡ଼ାକୁ ପରାସ୍ତ କରିଥିଲା । ପରବର୍ତ୍ତୀ ମ୍ୟାଚ ମାଲେସିଆ ଓ ଚିଲି ମଧ୍ୟରେ ଆୟୋଜିତ ହୋଇଥିଲା ।

ଚତୁର୍ଥ ମ୍ୟାଚରେ ଚିଲ୍ଲୀକୁ 2-1 ଗୋଲରେ ପରାସ୍ତ କଲା ମାଲେସିଆ । ସେହିଭଳି ପଞ୍ଚମ ଓ ଶେଷ ମ୍ୟାଚ ଭାରତ ଓ ଫ୍ରାନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଭାରତର ପରାଜୟ ହୋଇଛି । ଫ୍ରାନ୍ସ ବିପକ୍ଷରେ 5-4ଗୋଲରେ ପରାସ୍ତ ହେଲା ଭାରତ । କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜୁନିୟର ହକି ବିଶ୍ୱକପ୍‌ରେ ଡିଫେଣ୍ଡିଂ ଚମ୍ପିୟାନ ଭାରତ ପରାଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ଆସନ୍ତାକାଲି ଅର୍ଥାତ ଗୁରୁବାର ଭାରତ ତାର ଦ୍ୱିତୀୟ ମ୍ୟାଚରେ କାନାଡ଼ାକୁ ଭେଟିବ ।

Leave a Reply