ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଦିନିକିଆ ଲଢେଇ

1 min read

ନୂଆଦିଲ୍ଲୀ :  ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ । କଲମ୍ବୋ ପ୍ରେମଦାସା ଷ୍ଟାଡିୟମରେ ଅପରାହ୍ଣ ୨ଟା ୩୦ରେ ଖେଳାଯିବ ମ୍ଯାଚ । ପ୍ରଥମ ମ୍ଯାଚ ଟାଇ ପରେ ମ୍ଯାଚ ହାତେଇବା ଚକ୍କରରେ ଟିମ ଇଣ୍ଡିଆ । କ୍ଯାପନେଟ ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଭାରତ । ଶୁକ୍ରବାର ଖେଳାଯାଇଥିବା ୩ଟିକିଆ ସିରିଜର ପ୍ରଥମ ମ୍ଯାଚ ଅଳ୍ପକେ ହାତଛଡ଼ା କରିଥିଲା ଭାରତ । ଶ୍ରୀଲଙ୍କାର ୨୩୦ ରନ୍କୁ ପିଛା କରି ଭାରତ ମଧ୍ୟ ସମାନ ସ୍କୋରରେ ଅଟକିଯାଇଥିଲା ।

ପ୍ରଥମ ମ୍ୟାଚ୍ ଟାଇ ରହିବାରୁ ଏବେ ଶୃଙ୍ଖଳାରେ ଜୀବିତ ରହିବାକୁ ହେଲେ ଭାରତକୁ ବିଜୟ ହାସଲ କରିବାକୁ ପଡ଼ିବ । ତେଣୁ ଗୌତମ ଗାମ୍ଭିରଙ୍କ ସହ ମିଶି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ରୋହିତ ବାହିନୀ । ସେପଟେ ଟି-୨୦ ସିରିଜ ହାରିବା ପରେ ଘରୋଇ ମାଟିରେ ଏକଦିବସୀୟ ସିରିଜ୍ ଜିତିବା ଲକ୍ଷ୍ଯରେ ରହିଛି ସିଂହଳୀ ବାହିନୀ । ପ୍ରଥମ ମ୍ଯାଚ ଟାଇ ଥିବାରୁ ଦ୍ବିତୀୟ ମ୍ଯାଚ ଜିତି ସିରିଜ ନିଜ ସପକ୍ଷରେ କରିବାକୁ ଭରପୁର ଚେଷ୍ଟା କରିବ ଶ୍ରୀଲଙ୍କା । ଚରିତ ଅସଲଙ୍କାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଦଳ ।