ଏସିଆ କପ୍ ଫାଇନାଲରେ ବର୍ଷା ହେଲେ କ’ଣ ହେବ?
![](https://nandighoshatv.com/wp-content/uploads/2023/09/ବର୍ଷା-ହେଲେ-କଣ-ହେବ-1024x576.jpg)
କଲମ୍ବୋ: ସୁପର ସଣ୍ଡେରେ ଖେଳାଯିବାକୁ ଯାଉଛି ସୁପର ମ୍ୟାଚ୍ । ଏସିଆ କପର ଫାଇନାଲରେ ସାମନା ସାମନି ହେବାକୁ ଯାଉଛନ୍ତି ଭାରତ ଏବଂ ଶ୍ରୀଲଙ୍କା । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ବର୍ଷା ବାଧକ ସାଜିଥିବାବେଳେ ଫାଇନାଲରେ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ପାଗ ଏବେ ଭଲ ରହିଛି । ତେବେ ଯଦି ବର୍ଷା ହୁଏ ତାହେଲେ ରିଜର୍ଭ ଡେରେ ମ୍ୟାଚ ଖେଳାଯିବ । ସୋମବାର ରିଜର୍ଭ ଡେରେ ମ୍ୟାଚ ଖେଳାଯିବ, ଯଦି ସେଦିନ ମଧ୍ୟ ବର୍ଷା ହୁଏ ତାହେଲେ ଶେଷ ପର୍ଯ୍ୟାୟରେ ୨୦ ଓଭର ବିଶିଷ୍ଟ ମ୍ୟାଚ ଖେଳାଯିବ । ଯଦି ଏହା ସମ୍ଭବ ନ ହୁଏ ତାହେଲେ ଉଭୟ ଦେଶକୁ ଚାମ୍ପିୟନ ଘୋଷଣା କରାଯିବ । ୨୦୦୨ ମସିହାରେ ଚାମ୍ପିୟନସ ଟ୍ରଫିର ଫାଇନାଲରେ ଏଭଳି ସ୍ଥିତି ଉପୁଜିଥିଲା । ଏଣୁ ଭାରତ ଏବଂ ଶ୍ରୀଲଙ୍କା ଉଭୟ ଦେଶ ଟ୍ରଫି ଭାଗ ବାଣ୍ଟିଥିଲେ ।